ଅବକାରୀ ବିଭାଗ ପକ୍ଷରୁ ୫୦ଏକର ଗଞ୍ଜେଇ ଚାଷ ନଷ୍ଟ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା : ବୈପାରୀଗୁଡା ଥାନା ଅନ୍ତର୍ଗତ ମହୁଲପୁଟ ଓ ତୋଟାପଡା ଗାଁ ରେ ୬କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଜୟପୁର ଅବକାରୀ ଅଧିକାରୀ ବିମ୍ବାଧର ନାୟକ, ଓ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା, ବୈପାରୀଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଇଥିଲା l

ବୈପାରୀଗୁଡା ଥାନା ଅନ୍ତର୍ଗତ ଦୁର୍ଗମ ମହୁଲପୁଟ ଓ ତୋଟାପଡା ଗାଁ ରେ ୫୦ଏକର ଗଂଜେଇ ଚାଷ କୁ ପୋଡି ନଷ୍ଟ କରାଯାଇଛି l ଏହାର ମୂଲ୍ୟ ପାଖାପାଖି ୬କୋଟି ଟଙ୍କାର ଉର୍ଦ୍ଧ ହେବ ବୋଲି ପୋଲିସ ଅନୁମାନ କରିଛି l ଏହି ଚଢ଼ାଉ ସମୟରେ ବୈପାରୀଗୁଡା ଥାନା ପକ୍ଷରୁ ଆଇଆଇସି ରଘୁନାଥ ମାଝୀ, ଅସିତ କୁମାର ବଳବନ୍ତରାଏ, ପିକେ ନିଶିକା, ଏସକେ ପଲେଇ, ବୈପାରୀଗୁଡା ଅବକରି ବିଭାଗର ରଶ୍ମି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l

Welcome to Odisha News24

error: Content is protected !!
%d bloggers like this: