ଅବକାରୀ ବିଭାଗ କାର୍ଯ୍ୟାଳୟ ବନ୍ଦ, ଦେଶୀ,ବିଦେଶୀ ମଦ ସହ ରନ୍ଧା ମଦ କାରବାର ବୃଦ୍ଧି

ବିଭାଗୀୟ ଅଧିକାରୀ କୋଟା ନେଇ ପ୍ରୋତ୍ସାହନ ଦେବା ଅଭିଯୋଗ କଲା ଜନସେବା ସଙ୍ଘ
ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୦-୦୫): ଟିଟିଲାଗଡ ସବ୍ଡିଭିଜିନାଲ ଅବକାରୀ ବିଭାଗ କାର୍ଯ୍ୟାଳୟ ବନ୍ଦ ରହୁଥିବା ସହ ବିଭାଗୀୟ କାର୍ଯ୍ୟାଳୟ କର୍ମଚାରୀ ଙ୍କ ପ୍ରୋତ୍ସାହନ କ୍ରମେ ସ୍ଥାନୀୟ ଉପଖଣ୍ଡ ଅଞ୍ଚଳରେ ଦେଶୀ,ବିଦେଶୀ ମଦ ସହ ଖୋଲା, ଖୋଲି ମଦର ସୁଅ ଚୁଟିବା ନେଇ ଜିଲ୍ଲା ଜନସେବା ସଙ୍ଗଠନ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।

ଏପରି କି ଉପଖଣ୍ଡ ମୁଖ୍ୟ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ସଦା ନିଜ କାର୍ଯ୍ୟାଳୟ ରେ ତାଲା ପକାଇ ରଖିବା ଓ କେତେବେଳେ କେମିତି କିଛି ସମୟ ପାଇଁ ଆସି ଚାଲିଯାଉଥିବା ବେଳେ ଏ ନେଇ ସାଧାରଣ ନିଜ ଗୁହାରି ଜଣାଇବାକୁ ଆସି ନିରାଶ ହୋଇ ଦୁର,ଦୁରାନ୍ତ ଗ୍ରାମାଞ୍ଚଳ ରୁ ଆସି ଫେରିଯିବା ସାର ହେଉଛି । ଅପରପକ୍ଷରେ ଦେଶୀ,ବିଦେଶୀ ମଦ ଗ୍ରାମାଞ୍ଚଳ ଠୁ ନେଇ ସହର ର ଘରେ,ଘରେ କୁଚିଆ ମଦ ଦୋକାନ କୁ କୁଟୀର ଶିଳ୍ପ ପରି ବିକ୍ରି କରି ବେଶ ଲାଭବାନ ହେଉଥିବା ଦେଖା ଯାଉଛି । ଅପରପକ୍ଷରେ ଏହି ଦେଶୀ ବେଆଇନ ହାତ ରନ୍ଧା ମଦ କାରବାର ବେଶ ଜୋରରେ ଚାଲିଥିବା ବେଳେ ଅନେକ ଲୋକେ ମଦ ପିଇ ନିୟମିତ ଭାବେ ମୃତ୍ୟୁ ର ଶିକାର ହେଉଛନ୍ତି । ଅବକାରୀ ବିଭାଗ ଜାଣି ଶୁଣି ନିରବ ଦ୍ରଷ୍ଟା ସାଜିଥିବା ଓ ସହର ତଥା ଗ୍ରାମାଞ୍ଚଳରେ ଥିବା ଘରେ,ଘରେ ମଦ ବିକ୍ରି କରୁଥିବା ଦୋକାନୀ ଙ୍କ ନିକଟରୁ ବଟି ବା ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ସେହିପରି ଏସକଫ ନାମକ ବେଆଇନ କଫସିରଫ ବିକ୍ରି ବଢ଼ି ଚାଲିଛି । ଦେଶୀ,ବିଦେଶୀ ମଦ କୁ ଜାରି ପ୍ୟାକେଟ କରି ବତକ ଓ ମାଛ ଚିନ୍ହ ଦେଇ ମଦଭାଟି ରୁ ଉକ୍ତ ମଦ ରେ ୟୁରିଆ ସାର ମିସାଯିବା ଯୋଗୁଁ ଅଧିକ ନିଶାଯୁକ୍ତ ହେଉଥିବା ଓ ଭୋକ ନ ହେବା ପେଟଖାଲି ରହିବା ଯୋଗୁଁ ମୃତ୍ୟୁ ର ଶିକାର ହେଉଥିବା ଦେଖାଯାଉଛି । ଅନୁରୂପ ଭାବେ ଗ୍ରାମାଞ୍ଚଳରେ ହାତ ରନ୍ଧା ମଦ ବିକ୍ରି ହେବା ସହ ବିଭିନ୍ନ ଅଞ୍ଚଳକୁ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି । ସେହିପରି ବିଦେଶୀ ମଦ ଜୋର, ସୋର ରେ ହୋଟେଲ,ବିଭିନ୍ନ ଘରେ,ତେଜରାତି ବା କିରାଣୀ ଦୋକାନ ଗୁଡିକ ରେ ଦିନ,ରାତି ବିକ୍ରି ଚାଲିଛି । ଏ ନେଇ ବିଭାଗୀୟ ଅଧିକାରୀ ସହ ଯୋଗାଯୋଗ କରିଥିବା ବେଳେ କୌଣସି ନା ନା ଆଳ ରେ କିଛି ସୂଚନା ଦେଇ ନ ଥିଲେ । ଏହି ମଦ ଏବେ କୋଭିଡ-୧୯ ସମୟରେ ପୂର୍ବରୁ ଗଚ୍ଛିତ ରଖି ଚଢା ଦରରେ ଅଧିକ ବିକ୍ରି ଚାଲିବା ସହ ଏହି ଅବକାରୀ ଥାନା ଅଞ୍ଚଳରେ ବ୍ୟାପକ ଏସକଫ ନିଶା କଫସିରଫ ବିକ୍ରି ଚାଲିବା ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବଲାଙ୍ଗୀର ଜିଲ୍ଲା ଜନସେବା ସଙ୍ଘ ତରଫରୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରାଯାଇଥିବା ସଙ୍ଘ ସଭାପତି ଲମ୍ବୁଧର ଛତ୍ରୀଆ ପ୍ରକାଶ କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: