ସାଧାରଣ ଜନତାଙ୍କ ସ୍ୱର

ଅପହଞ୍ଚ ଇଲାକାରେ ବୋରିଗୁମ୍ମାର ଚିଲିକା

ୱେବ ରିପୋର୍ଟର: ରବି ମହାପାତ୍ର //
କୋରାପୁଟ (୧୯/୦୧): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚମ୍ପାପଦର ପଂଚାୟତ ର ମୁରାନ ନଦୀ ବନ୍ଦ ଜଳ ବନ୍ଦୀ ଅଂଚଳରେ ଗରୁଡ଼ ଗଛ ଗ୍ରାମକୁ ନେଇ ଅଛି ସାତ ଗୋଟି ଛୋଟ ବଡ଼ ଅଞ୍ଚଳ l ଗ୍ରାମବାସୀ ମାନଙ୍କ ପାଇଁ ନା ଅଛି ଗମନାଗମନ ସୁଭିଧା ନା ଶିକ୍ଷା ଓ ସ୍ୱାସ୍ଥ୍ୟ l ପର୍ଯ୍ୟଟକଙ୍କ ପାଇଁ ଏହା ଗୋଟିଏ ଆମୋଦ ପ୍ରମୋଦ ଭୂସର୍ଗ ହୋଇଥିବା ବେଳେ ଏହି ଗ୍ରାମବାସୀ ମାନଙ୍କ ପାଇଁ ଏହା ଏକ ନର୍କରେ ପରିଣତ ହଇଛି |

ସରକାରୀ ବାବୁ ମାନେ ଉନ୍ନୟନ କାମ କରିବାକୁ ଗଲାବେଳେ ପିକନିକ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ଭର ପୁର ମଜା ନିଅନ୍ତି l ଏହି ଭିତରେ ଥିବା ଚିନ୍ଦର ଜଳ ପ୍ରପାତ ଯେଉଁ ଠି କି ଚତୁର୍ପାଶ୍ୱ ପର୍ବତ ଘେରା ହୋଇଥିବାରୁ ଦିନରେ ମଧ୍ୟରେ ସୂଯ୍ୟକିରଣ ପଡେନାହିଁ l ସ୍ଥାନିୟ ପର୍ଯ୍ୟଟକ ମାନଙ୍କର ବିଚରଣ ସ୍ଥଳ ପାଲଟି ଥିବା ବେଳେ ସରକାରୀ ପର୍ଯ୍ୟଟନ ମାନଚିତ୍ରରେ ଏ ପଯ୍ୟନ୍ତ ସ୍ଥାନ ପାଇନାହିଁ l ଅପର ପକ୍ଷରେ ଗମନା ଗମନ ପାଇଁ ଏକ ମାତ୍ର ପାୱାର ବୋଟ ଓ ଏକ ମାତ୍ର ତାଲିମ ପ୍ରାପ୍ତ ଡ୍ରାଇଭର ଗ୍ରାମବାସୀ ମାନଙ୍କର ସାହାଭରଷା l ତାହା ପୁଣି ବର୍ଷରେ ୬ ମାସ ବନ୍ଦ ରହେ | ପ୍ରସୂତି କାଳୀନ ତଥା ଅନ୍ୟାନ୍ୟ ଆପାତ କାଳ ସମୟରେ ନା ଅଛି ଆମ୍ବୁଲାନ୍ସ ନା ଅଂଚଳରେ କାମ କରେ କୌଣସି ମୋବାଇଲ ଟାୱାର l କେବଳ ଭଗବାନ ଭରସାରେ କାଳ କାଟୁଛନ୍ତି ଅଞ୍ଚଳ ବାସୀ l ଆଉ ଏକ ଆମ୍ବୁଲାନ୍ସ ବୋଟ ସହ ମୋବଇ ଟାୱାର ର ଆବଶ୍ୟକ ଥିବା ବେଳେ କେବେ ସରକାରଙ୍କ ଦୃଷ୍ଟି ଏହି ଅଞ୍ଚଳ ଉପରେ ପଡିବ ତାହା ଏବେ ଦେଖିବାକୁ ବାକି ରହିଲା l

Welcome to Odisha News24

%d bloggers like this: