ଅନ୍ଧ ବିଶ୍ୱାସ ଚିତ୍ର: ପୁଅ ବଞ୍ଚିବାକୁ ଗୁଣି ଗାରେଡିର ସାହାରା

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ସୁବର୍ଣପୁର (୨୯/୫): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ୧୦ ମାସର ଶିଶୁ, ମରିବାର ୧୮ ଘଣ୍ଟାରୁ ଅଧିକ ହେଲାଣି । ହେଲେ ମାଆର ମନ ମନୁନି । ତାର ପୁଅ ବଞ୍ଚିବ ଆଉ ଏନେଇ ଗୁଣିଆର ସାହାରା ନେଇଛି । ପୁଅର ମୃତ ଦେହକୁ ଘରେ ରଖିଛନ୍ତି ପରିବାର ।

ନାରାୟଣପୁର ଗାଁରେ ନବଘନ କର୍ମୀଙ୍କ ୧୦ମାସର ପୁଅକୁ ଝାଡାବାନ୍ତି ହେବାରୁ ତାକୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କ ପୁଅକୁ ମୃତ୍ୟୁ ଘୋଷଣା କରିଥିଲେ | କିନ୍ତୁ ଘରକୁ ଆସିଲା ପରେ ଘରେ ଏକ ଗୁଣିଆକୁ ଦେଖାଇଥିଲେ । ଆଉ ତାଙ୍କ ପୁଅ ବଞ୍ଚିଯିବ ଓ ଡାହାଣୀର କୋପ କରିଛି ବୋଲି କହିଥିଲା ଗୁଣିଆ | ଦେହରେ ହଲଦୀ ଏବଂ ଚନ୍ଦନ ବୋଳି ପୁଅକୁ ଗୁଣିଆ କଥାରେ ସେମିତି ରଖି ଚାହିଁ ବସିଛି ମାଆ । ଏବେ ସେହି ଅନ୍ଧ ବିଶ୍ବାସ ମନରେ ଯେ ମରିଯାଇଥିବା ପୁଅ ତାର ପୁଣି ଫେରି ଆସିବ । ବହୁ ବୁଝା ଶୁଝା ପରେ ବି ପରିବାର ବୁଝିବାକୁ ନାରାଜ । ଏବେବି ଜଗି ବସିଛନ୍ତି ପୁଅ ପାଖରେ ।

Welcome to Odisha News24

error: Content is protected !!
%d bloggers like this: