ଅନ୍ଧବିଶ୍ୱାସ – ପୁଅ ମରିବାର ୧୮ ଘଣ୍ଟା ପରେ ବି ବଂଚିବାର ଆଶାରେ ଜଗିଛି ମା

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ସୁବର୍ଣ୍ଣପୁର (୨୯/୦୫): ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଲାନି ଏବେ ବି ଆଧୁନିକ ସମାଜରେ ଅନ୍ଧ ବିଶ୍ବାସ ଲୋକଙ୍କ ମନରେ ରହିଛି । ଜିଲ୍ଲାର ସଦର ବ୍ଲକ ନାରାୟଣପୁର ଗାଁରେ ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୦ ମାସର ପୁଅର ମରିବାର ୧୮ ଘଣ୍ଟାରୁ ଅଧିକ ହେଲାଣି କିନ୍ତୁ ଗୁନିଆ(ତାନ୍ତ୍ରୀକ) କଥାରେ ପଡି ବାପା ମା ପୁଅ ବଞ୍ଚିଯିବ ଭାବି ଘରେ ରଖିଛନ୍ତି ।

ମାଁ ପୁଅ ବଞ୍ଚିବ ଆଶାରେ ପାଖରେ ଖଟରେ ଶୁଆଇଦେଇ ପୁଅର ବଞ୍ଚିବା ବାଟକୁ ଅପେକ୍ଷା କରି ରହିଛି । ସୁବର୍ଣ୍ଣପୁର ଜିଲ୍ଲା ନାରାୟଣ ପୁର ଗାଁରେ ନବଘନ କର୍ମୀଙ୍କ ୧୦ ମାସର ପୁଅକୁ ଝାଡାବାନ୍ତି ହେବାରୁ ଚିକିତ୍ସା ପାଇଁ ବୁର୍ଲ୍ଲା ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କ ପୁଅକୁ ମୃତ୍ୟୁ ଘୋଷଣା କରିଥିଲେ । କିନ୍ତୁ ଘରକୁ ଆସିଲା ପରେ ଘରେ ଏକ ଗୁନିଆକୁ ଦେଖାଇଥିଲେ କିନ୍ତୁ ସେ ପୁଅ ତୋର ବଞ୍ଚିଯିବ । ତାଙ୍କୁ ଡାହାଣୀର କୋପ କରିଛି ବୋଲି କହିଥିଲା । ଦେହରେ ହଲଦୀ ଏବଂ ଚନ୍ଦନ ବୋଲି ଦେଲା ପରେ ଆସନ୍ତା କାଲି ୭ ଟା ପର୍ଯ୍ୟନ୍ତ ତୋର ପୁଅ ବଞ୍ଚିଯିବ ବୋଲି ଗୁନିଆ ଜଣକ କହିଲା ପରେ ପୁଅକୁ ବାପା ମାଁ ଏମିତି ଜଗି ବସିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: