ସାଧାରଣ ଜନତାଙ୍କ ସ୍ୱର

ଅନୈତିକ ସମ୍ପର୍କ କୁ ନେଇ ହତ୍ୟାକାଣ୍ଡ, ଆସାମୀ ଗିରଫ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୧୩/୦୨): ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମର ଇର୍ମା କବାସୀ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ସେହି ଗ୍ରାମର ଆଡମା କାବାସୀଙ୍କ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖୀ ଆସିଥିବା ନେଇ ଆଡମା ସନ୍ଦେହ କରି ଆସୁଥିଲା | ଆଡମା ଶେଷରେ ଗତକାଲି ନିଜର ସମ୍ପର୍କୀୟ ଭାଇ ମୂକା କାବାସୀ ସହ ମିଶି ଇର୍ମା କୁ ନିଜ ଘର ପାଖକୁ ଡାକିଥିଲା |

ସେଠାରେ ଆଡ଼ମା, ଇର୍ମା ସହ ପାଟିତୁଣ୍ଡ କରିବା ସହ ପୂର୍ବ ଯୋଜନା ମୁତାବକ ହତ୍ୟା କରିଥିଲା | ଗତ କାଲି ସଂଧ୍ୟାରେ ଏହି ଘଟଣା ବିଷୟରେ ଜଣାପଡିବା ପରେ ବିଳମ୍ବିତ ରାତିରେ ମୃତ ଇର୍ମା ର ବାପା କବାସୀ ବିଚେମ ପଡିଆ ଥାନାରେ ଆସି ଏତଲା ଦେଇଥିଲେ | ଏହାପରେ ପୋଲିସ ପକ୍ଷରୁ ଏହି ଗ୍ରାମକୁ ଯାଇ ପଚରା ଉଚରା କରାଯିବା ସହ ଦୁଇଜଣ ଆସାମୀଙ୍କୁ ଗିରଫ କରାଯାଇଅଛି | ଏ ନେଇ ପଡିଆ ଥାନାରେ କେସ୍ ନଂ ୦୬ / ୨୧ ଭାରତୀୟ ଦଣ୍ଡ ବିଧାନ ଆଇନ୍ ଦଫା ୩୦୨ / ୩୪ ରେ ଏକ ମୃତ୍ୟୁ ମାମାଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି | ଏଥିସହ ଆଜି ଶବ ଜବତ କରି କାଲିମେଳାରେ ପୋଷ୍ଟ ମର୍ଟମ କରାଯିବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା |

Welcome to Odisha News24

%d bloggers like this: