ଅନଲାଇନରେ ମିଳିବ ଓଡିଶାର ହସ୍ତତନ୍ତ ସାମଗ୍ରୀ; ଉତ୍କଳିକା ଲଞ୍ଚ କଲା ନିଜସ୍ୱ ୱେବସାଇଟ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୬/୦୬): ଉତ୍କଳିକାର ନିଜସ୍ୱ ୱେବ୍ସାଇଟ୍ ଲୋକାର୍ପିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ୱେବସାଇଟକୁ ଭିଡିଓ କନଫେରେନ୍ସିଂ ଯୋଗେ ଲୋକାର୍ପିତ କରିଛନ୍ତି । www.utkalikaodisha.com ମାଧ୍ୟମରେ ଲଗ୍ ଇନ୍ କରି କିମ୍ବା ଗୁଗୁଲ ପ୍ଲେ ଷ୍ଟୋରରୁ ଉତ୍କଳିକା ଆପ୍ ଡାଉନଲୋଡ୍ କରି ପସନ୍ଦ ମୁତାବକ ହସ୍ତତନ୍ତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରିପାରିବେ ଗ୍ରାହକ ।

ଏବେ ସମ୍ବଲପୁରୀ ଶାଢୀ ସହିତ ପଟ୍ଟଚିତ୍ର, ଶାଢୀ, ରଘୁରାଜପୁର ପଟ୍ଟଚିତ୍ର, ଜନଜାତି ଅଳଙ୍କାର ଏବଂ ଓଡ଼ିଶା ଗହଣା ଇତ୍ୟାଦି ଏହି ୱେବସାଇଟରେ ଉପଲବ୍ଧ ହେବ । ନିକଟ ଭବିଷ୍ୟତରେ ବିଭିନ୍ନ ପ୍ରକାରର ଓଡ଼ିଶା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍ସାଇଟ୍ରେ ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି । ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀମାନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏଣୁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଉକôଳିକା ଅନ୍ଲାଇନ୍ ବ୍ୟବସାୟ ମାଧମରେ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରିବାକୁ ମନସ୍ଥ କରାଯାଇଛି । ଏହା ଦ୍ୱାରା ଉଭୟ ହସ୍ତଶିଳ୍ପୀ ଓ ଗ୍ରାହକମାନେ ଉପକୃତ ହେବେ । ଏଥିସହ ଉକôଳିକାର ବ୍ୟବସାୟର ପୁନରୁଦ୍ଧାର ମାନ୍ଦାବସ୍ଥା ମୁକ୍ତିରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଅନ୍ଲାଇନ୍ ବ୍ୟବସାୟ ଦ୍ୱାରା ଘରେ ବସି ମଧ୍ୟ ଗ୍ରାହକମାନେ ଉତ୍ତମ ସେବା ପାଇପାରିବେ । ଉକôଳିକା ମାଧ୍ୟମରେ ମଧ୍ୟ ଉତ୍ପାଦଗୁଡ଼ିକ ଆହୁରି ଅଧିକରୁ ଅଧିକ ଲୋକାଭିମୁଖୀ ହେବାର ସୁଯୋଗ ରହିବ । ଗ୍ରାହକମାନଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକର ଆହୁରି ଆଧୁନିକୀକରଣ ଓ ଯୁଗୋପଯୋଗୀ କରି ଆକର୍ଷଣୀୟ କରିବାର ସଂକଳ୍ପ ନେଇଛି । ଏହି ଲୋକାର୍ପଣ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ସନାତନ ନାୟକ, ଉତ୍କଳିକା ପରିଚାଳନା ନିର୍ଦ୍ଦେଶିକା ସ୍ୱୟଂପ୍ରଭା ମୁଦୁଲି ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: