ଅନଧିକାର କାଠ କାରବାର ଜବତ, ବୌଦ୍ଧ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ (୨୦/୦୫): କଣ୍ଟମାଳ ବ୍ଲକରେ ଅନଧିକାର କାଠ କାରବାରକୁ ଜବତ କରିଛି ଆଜି ବନ ଅଧିକାରୀ | ସୂଚାନୁଯାଇ କଣ୍ଟମାଳ ବ୍ଲକର ବିଭିନ୍ନ ଗାଁରେ ଆଜି ବନ ଅଧିକାରୀ ଚଢ଼ାଉ କରି କାଠରେ ତିଆରି ବିଭିନ୍ନ ଆସବାବ ପତ୍ର ଏବଂ ବିଭିନ୍ନ ଯନ୍ତ୍ର ପାତି ଜବତ କରିଛି |

ସୁଚନା ପାଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଶ୍ରୀ ଯଶୋବନ୍ତ ସେଠିଙ୍କ ନିର୍ଦେଶ ଅନୁଯାଇ ତିନି ଜଣ ବନସମୀକ୍ଷକଙ୍କ ନେତୃତ୍ୱରେ ତିନୋଟି ଟିମ ଗଠନ କରି ବୌଦ୍ଧ ବନଖଣ୍ଡ ଅଧିନସ୍ତ କଣ୍ଟାମାଲ ବନାଞ୍ଚଳର ଆମ୍ବପାଲି, ପାଲସାଗୋରା, ମଲ୍ଲିକ ପଦର ର ବିଭିନ୍ନ ଘର ଓ ଅନୈତିକ ଆସବାବ ତିଆରି ହେଉଥିବା ସ୍ଥାନ ଗୁଡିକରେ ଚଢ଼ାଉ କରିଥିଲେ | ଏହି ଚଢ଼ାଉରେ ଆମ୍ବପାଲିର ମନୋଜ ରଣାଙ୍କ ଘରୁ ୧୦.୬୭ ସି. ଫୁଟ କାଠ, ପଲାସା ଗୋରାର କାର୍ତିକ ବାଘଙ୍କ ଘରୁ ୨୮.୬୨ ସି. ଫୁଟ କାଠ ଓ ୭ଟି ଅଧାଗଢା ଆସବାବ ପତ୍ର, ମଲ୍ଲିକ ପଦର ର ରାଜିବ ସାହୁଙ୍କ ଘରୁ ୧୩୨.୬ ସି. ଫୁଟ କାଠ ଓ ୫୩ ଟି ଅଧା ଗଢ଼ା ଆସବାବ ପତ୍ର ଜବତ କରାଯାଇଛି | ଏହାସହ ବିଭିନ୍ନ ଇଲେକ୍ଟ୍ରି ଯନ୍ତ୍ର ପାତି ଯଥା ରାଉଣ୍ଡ ନୋଜ, ଉଡ଼ କଟର, ପାୱାର ନୋଜ, ହାଇଡ୍ରଲିକ ଆପିଆର, ଓ ରନ୍ଧା ଇତ୍ୟାଦି ଜବତ ହୋଇଛି | ଜବତ ହୋଇଥିବା ସାମଗ୍ରୀ ମୂଲ୍ୟ ଆନୁମାନିକ ୪୦ ଲକ୍ଷ ହେବ ବୋଲି ବନଖଣ୍ଡ ଅଧିକାରୀ ସୁଚନା ଦେଇଛନ୍ତି | ଚଢ଼ାଉ ସମୟରେ ତିନିଜଣ ସହକାରୀ ବନସମୀକ୍ଷକ ଶ୍ରୀ ରାଜେନ୍ଦ୍ର ଗୋଛାୟତ, ସୋମ୍ୟରଞ୍ଜନ ଗୋଛାୟତ, ଓ ଜିତେନ୍ଦ୍ର ବେହେରା, ବନାଞ୍ଚଳ ଅଧିକାରୀ ଶ୍ରୀ ସରୋଜ ମିଶ୍ର, ନିହାର ରଞ୍ଜନ ମଲ୍ଲିକ, ପ୍ରଦୀପ ବେହେରା, ନାରାୟଣ ସ୍ୟାଇଁ, ଓ କୁମାରୀ ଖିରାଦ୍ରି ପ୍ରଧାନ, ଡେପୁଟି ରେଞ୍ଜର ପ୍ରତୋଷ ମହାରଣା, ତିନିଜଣ ଏକଯ୍ୟୁକ୍ୟୁଟିଭ ରେଞ୍ଜର ସତ୍ୟଜିତ ମହାପାତ୍ର, ତ୍ରିଦେବ ରଥ, ସୁଶୀଲ କହଁର ଏବଂ ବୌଦ୍ଧ ବନଖଣ୍ଡର ସମସ୍ତ ଫରେଷ୍ଟ ଗାର୍ଡ,୧୨ ଜଣ ଏ ଆର ପି ଗାର୍ଡ, ସମୁଦାୟ ୭୨ଜଣ ଷ୍ଟାପ ଚଢ଼ାଉରେ ଉପସ୍ଥିତ ଥିବାର ସୂଚନା ମିଳୁଛି |

Welcome to Odisha News24

error: Content is protected !!
%d bloggers like this: