ସାଧାରଣ ଜନତାଙ୍କ ସ୍ୱର

ଅଧାପନ୍ତରିଆ ହୋଇ ପଡ଼ିରହିଛି ମାର୍କେଟ କମ୍ପ୍ଲେକ୍ସ

ୱେବ ରିପୋର୍ଟର : କୈଳାସ ମଲବିଶୋଈ //
ଚନ୍ଦ୍ରପୁର (୨୧/୦୨): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦମହକୁମାରେ ବସ ଷ୍ଟାଣ୍ଡ ଠାରେ ନିର୍ମିତ ହୋଇଛି ମାର୍କେଟ କମ୍ପ୍ଲେକ୍ସ ବ୍ଲକ ତରଫରୁ |ହେଲେ ଆଜକୁ ପ୍ରାୟ ୪/୫ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡ଼ିରହି ଥିବା ବିଭିନ୍ନ ଗଣ ମାଧ୍ୟମ ଖବକାଗଜମାନଙ୍କରେ ପ୍ରକାଶ ପାଇଥିଲା ।90df1e07 eeb2 4c41 ae8a 33a001ef7ce1

ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଟିଣ ଛପର ହୋଇଗଲା । ଟିଣ ଛପର ହୋଇ ଆଜକୁ ଦୁଇ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡ଼ିରହି ଥିବା ଯୋଗୁଁ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଚନ୍ଦ୍ରପୁର ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ଏଥି ପ୍ରତି ନିଦ ଭାଙ୍ଗିବା ଦେଖିବାକୁ ମିଳୁନାହିଁ । ଏଣୁ ଉପରିସ୍ଥର୍କୃପକ୍ଷ ଚନ୍ଦ୍ରପୁର ବସ ଷ୍ଟାଣ୍ଡ ଠାରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ମାର୍କେଟ କମ୍ପ୍ଲେକ୍ସ ସଂପୂଣ୍ଣ କରିବାକୁ ଚନ୍ଦ୍ରପୁର ଅଞ୍ଚଳ ବାସି ନିବେଦନ କରିଛନ୍ତି ।

Welcome to Odisha News24

%d bloggers like this: