ଅଜଣା ରୋଗରେ ପୀଡ଼ିତାଙ୍କୁ ସରକାରୀ ସହାୟତା ଦାବୀ

ରିପୋର୍ଟ: ଏନ. ସନ୍ତୋଷ କୁମାର //
ବୈପାରିଗୁଡା (୧୩/୧୨): ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ହାତୀପାଖନା ଗ୍ରାମର ଲକ୍ଷ୍ମଣ କିର୍ସାନୀଙ୍କ ପତ୍ନୀ କମଳା କିର୍ସାନୀ (୨୮) ଠାରେ ଦେଖିବାକୁ ମିଳିଛି l

ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ଦୁଇ ବର୍ଷ ପୂର୍ବେ କମଳାଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ପ୍ରଥମେ ବୈପାରିଗୁଡା ମେଡିକାଲ ନେଇଥିଲେ ପରେ କୋରାପୁଟ ଡାକ୍ତରଖାନାକୁ ମଧ୍ୟ ନେଇଥିଲେ। ହେଲେ ସେଠାରେ ତାଙ୍କୁ କିଛି ଔଷଧ ଦେଇ ଘରକୁ ଫେରାଇ ଦେଇଥିଲେ ଡାକ୍ତର l ଘରକୁ ଫେରିବା କିଛି ଦିନ ପରେ କମଳାଙ୍କ ଦେହ ଖରାପ ହେବା ସହ ମାନସିକ ବିକାର ଦେଖିବାକୁ ମିଳିଛି । ପାଗଳଙ୍କ ପରି କାର୍ଯ୍ୟକଳାପ ଦେଖି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସେପଟେ ଲକ୍ଷ୍ମଣଙ୍କ ଗରିବ ଶ୍ରେଣୀର ହେତୁ ଅର୍ଥ ଅଭାବ ଯୋଗୁଁ ଉନ୍ନତ ଚିକିତ୍ସା ପାଇଁ ସାହସ କରି ନପାରି ଶେଷରେ ନିରୁପାୟ ହୋଇ ଗୁଣିଆର ଆଶ୍ରୟ ନେଇଛନ୍ତି । କମଳାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ହୋଇଥିବାରୁ ସରକାରଙ୍କ ତରଫରୁ ସାହାଯ୍ୟ ନିମନ୍ତେ ଗୁହାରି କରିଛନ୍ତି ଗ୍ରାମବାସୀ l

Welcome to Odisha News24

error: Content is protected !!
%d bloggers like this: