ସାଧାରଣ ଜନତାଙ୍କ ସ୍ୱର

ଅଜଣା ଗାଡି ଧକ୍କାରେ ମହିଳା ଗୁରୁତର

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର,ତା୦୧-୧୨): ବଲାଙ୍ଗୀର ଜିଲ୍ଲାର ଖୋଲାନ ଗ୍ରାମପାୟତର ପଥରଲା ଗ୍ରାମରୁ ଟିଟିଲାଗଡ ଯିବା ରାସ୍ତାରେ ବାଇକ ଯୋଗେ ନିଜ ସମ୍ପର୍କୀୟ ସହ ଯାଉଥିବା ବେଳେ ଏକ ଅଜଣା ବୁଲେରୋ ଧକ୍କା ଘଟି ଜଣେ ଗୁରୁତର ଆହତ ଅବସ୍ଥାରେ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ ପ୍ରାୟ ୧୦ଟା୩୦ ସମୟରେ ଦେବକୀ ରଣା (ବ-୭୦) ନିଜ ଜଣେ ସମ୍ପର୍କୀୟ ସହ ଆସୁଥିବା ବେଳେ ସିନ୍ଧେକେଲା ରୁ ଟିଟିଲାଗଡ ରାସ୍ତା ମୁଖ୍ୟ ରାଜପଥ ରେ ଦୃତବେଗ ରେ ଟିଟିଲାଗଡ ପଟେ ଆସୁଥିବା ଏକ ବୋଲେରୋ ବାଇକ କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା। ତେବେ ଉକ୍ତ ବାଇକ ଚାଳକ ଆହତ ହୋଇଥିବା ବେଳେ ବାଇକରେ ଥିବା ବୃଦ୍ଧା ମହିଳା ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଟିଟିଲାଗଡ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଆସି ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Welcome to Odisha News24

%d bloggers like this: