ସାଧାରଣ ଜନତାଙ୍କ ସ୍ୱର

ଅଗ୍ନିକାଣ୍ଡ ଘଟି ୨ ଶିଶୁ ଜୀବନ୍ତ ଦଗ୍ଧ, କାଶୀପୁର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା/କାଶୀପୁର (୦୪/୦୨): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗାଁ ରେ ଆଜି ଅଭାବନୀୟ ଘଟଣା ଘଟିଛି। ୨ ଶିଶୁ କ୍ଷେତ ନିକଟରେ ଥିବା ପାଳ ଗଦାରେ ଖେଳୁଥିବା ବେଳେ ଅଗ୍ନିକାଣ୍ଡ ଯୋଗୁ ପୋଡି ଦଗ୍ଧ ହୋଇ ଯାଇଛନ୍ତି। ଉଭୟଙ୍କ ବୟସ ୩ ଓ ୪ ବର୍ଷ। କାଶୀପୁର ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।2d022878 696f 4d30 a4be 4aaaa2ede7a5

ମିଳିଥିବା ସୂଚନା ମୁତାବକ ପୂର୍ବ।ହ୍ନ ୧୧ ଟାରେ ଗ୍ରାମର ମାନିଙ୍ଗ ମାଝୀଙ୍କ ଝିଅ କୁମାରୀ ମାଝୀ (୩) ଓ ଦୁର୍ଯ୍ୟୋଧନ ମାଝୀଙ୍କ ଝିଅ ଦିବ୍ୟା ମାଝୀ (୪) ଗାଁ ସ୍କୁଲ ନିକଟରେ ଖେଳୁଥିଲେ। କିଛି ସମୟ ଖେଳିବା ପରେ ଉଭୟେ ସ୍କୁଲ ପାଖରେ ଥିବା ଏକ ପାଳ କୁଡ଼ିଆକୁ ଖେଳିବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ପାଳ କୁଢି଼ଆରେ ନିଆଁ ଲାଗିଯିବା ପରେ ଉଭୟେ ସେ ଭିତରୁ ଆଉ ବାହାରି ପାରିନଥିଲେ। ଫଳରେ ଦୁଇ ଶିଶୁ ନିଆଁରେ ପୋଡି ଦଗ୍ଧ ହୋଇଯାଇଥିଲେ। କୁଡ଼ିଆରେ ନିଆଁ ଲାଗିଥିବା ଦେଖି ଗାଁ ଲୋକ ଦୌଡ଼ି ଆସିଥିଲେ। କିନ୍ତୁ ସେତେବେଳକୁ ସବୁ କିଛି ପୋଡି ପାଉଁଶ ହୋଇ ଯାଇଥିଲା। କାଶୀପୁର ଥାନା ଅଧିକାରୀ ସୁନୀଲ ଅରୁଣ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ମାଜିଷ୍ଟ୍ରେଟ ଉପସ୍ଥିତିରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Welcome to Odisha News24

%d bloggers like this: