ଅଖିଳ ଭାରତ କୃଷକ ମହାସଭାର କଳା ଦିବସ ପାଳିତ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର- ତା୨୬-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଆଜି ଅଖିଳ ଭାରତ କୃଷକ ମହାସଭା (ଏକୁଟୁ)ଶ୍ରମିକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ କେନ୍ଦ୍ରସରକାର ଶ୍ରମିକ ଓ କୃଷକ ମାରଣା ନୀତି ବିରୋଧରେ ବିଭିନ୍ନ ସଙ୍ଗଠନ ତରଫରୁ କଳା ଦିବସ ପାଳନ କରାଯାଇଛି ।

ମୋଦି ସରକାର ୭ବର୍ଷ ଶାସନର ବିଫଳତା ପ୍ରତିବାଦରେ କଳା ଦିବସ ପାଳନ କରାଯାଇଛି ।ଏଥିରେ କୁମ୍ଭାରଗୁଡା, ପେଟିଲିଗୁଡା, ଭିତରଝୋଲା ଗାଁ ର ଲୋକମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ । ରାମଚନ୍ଦ୍ର ପ୍ରାସ୍କା,ମନ୍ଦରା ଗରଡ଼ିଆ, ସୁନ୍ଦରମଣି ଙ୍କ ନେତୃତ୍ୱରେ ଏକ ଦଳ ବାହାରି ବୈଠକ କରି ୭ଟି ଦାବି ଉପସ୍ଥାପନ କରିଥିଲେ । ଦାବି ଗୁଡିକ ମଧ୍ୟରେ ହେଲା କୃଷକ ବିରୋହ କୃଷକ ଆଇନ କୁ ପ୍ରତ୍ୟାହାର, ଓ ଶ୍ରମିକ ଙ୍କ ଶ୍ରମ ଆଇନ୍ କୁ ପ୍ରତ୍ୟାହାର, କୃଷି କ୍ଷେତ୍ର କୁ କୋରପରେଟ ହାତରେ ଟେକିଦେବା ବନ୍ଦ,ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅସାଧୁ ସଂଶୋଧନ କାହା ସ୍ୱାର୍ଥରେମୋଦିସରକାର ଜବାବ ଦିଅ , ମଣ୍ଡି ବ୍ୟବସ୍ଥା ଉଛେଦ କର,ଜନବିରୋଧି ନୂତନ କରେଣ୍ଟ ବିଲ ସଂଶୋଧନ ବିଲ ପ୍ରତ୍ୟାହାର କର,କମ୍ପାନୀ ଦ୍ୱାରାଟୀକା ଚାଷ ବ୍ୟବସ୍ଥା ବାତିଲ କର ବୋଲି ଦାବି ରହିଛି । ଏହି କାର୍ଯ୍ୟକ୍ରମ ଗୁଣୁପୁର, ଗୁଡାରି,ପଦ୍ମପୁର, କୋଲନରା ଓ କଲ୍ୟାଣସିଂହପୁର ବ୍ଲକ ଠାରେ କରାଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: