ଅକ୍ସିଜେନ ସିଲିଣ୍ଡର ନେଇ ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ବିମାନ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୩୦/୦୫): ଦେଶକୁ ଅକ୍ସିଜେନ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଓଡ଼ିଶାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଏପରି ସ୍ଥଳେ ଚୀନରୁ ସିଧାସଳଖ ଭୁବନେଶ୍ୱର ପହଞ୍ଚିଛି ଅକ୍ସିଜେନ ସିଲିଣ୍ଡର । ଖାଲି ସିଲିଣ୍ଡର ଆସିଥିବା ବେଳେ ଖୁବଶୀଘ୍ର ଏହି ସିଲିଣ୍ଡରଗୁଡ଼ିକରେ ଅକ୍ସିଜେନ ରାଜ୍ୟର ବିଭିନ୍ନ ମେଡିକାଲକୁ ପଠାଯିବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ।

ଅକ୍ସିଜେନ ଅଭାବରୁ କୌଣସି ରୋଗୀ ଯେମିତି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିବା ମଧ୍ୟ ଟ୍ୱିଟ କରି ଲେଖିଛନ୍ତି ଅସିତ୍ ତ୍ରିପାଠୀ । ସେହିପରି ଆବଶ୍ୟକସ୍ଥଳେ ଅକ୍ସିଜେନ ସିଲିଣ୍ଡରକୁ ମହଜୁଦ ରଖାଯିବ । ଚୀନରୁ ଆସିଥିବା ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା ଦିଗରେ ବେଶ ସହାୟକ ହେବ ବୋଲି କୁହାଯାଉଛି । ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ । ଅକ୍ସିଜେନ୍ ଅଭାବରୁ ଯେପରି କେହି ଅସୁବିଧାରେ ନ ପଡ଼ନ୍ତୁ ଚାହାଁନ୍ତି ମୁଖ୍ୟମନ୍ତ୍ରୀ । ଅତି ଶୀଘ୍ର ରାଜ୍ୟର ସବୁ ମେଡିକାଲକୁ ଯୋଗାଇ ଦିଆଯିବ ସିଲିଣ୍ଡର । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: