Friday, March 29, 2024

Top 5 This Week

Related Posts

ରାଇକିଆ ଅଞ୍ଚଳରେ ସାର୍ବଜନୀନ ରଥଯାତ୍ରା ବନ୍ଦ:ପ୍ରତୀକାତ୍ମକ ପହଣ୍ଡି କରି ପରମ୍ପରା ବଜାୟ ରଖିଲେ ସେବକ

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ, (୧୩/୦୭) : କରୋନା ର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବିଭିନ୍ନ ପ୍ରକାର ସାର୍ବଜନୀନ ଯାନିଯାତ୍ରା ଉପରେ ସରକାର ରୋକ୍ ଲଗାଇଛନ୍ତି । ବିଶେଷ କରି ପୁରୀ ଛଡା ଅନ୍ୟ ସ୍ଥାନରେ ରଥଯାତ୍ରା ହୋଇ ପାରିବନାହିଁ ବୋଲି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ମଧ୍ୟ ନିର୍ଦ୍ଦେଶ ରହିଛି ।6ea01bb8 7dea 42d5 b153 9c1eed928da1 ରାଇକିଆ ଅଞ୍ଚଳରେ ସାର୍ବଜନୀନ ରଥଯାତ୍ରା ବନ୍ଦ:ପ୍ରତୀକାତ୍ମକ ପହଣ୍ଡି କରି ପରମ୍ପରା ବଜାୟ ରଖିଲେ ସେବକ

ଏହି ଅବସରରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବିନାଭକ୍ତରେ ପାଳିତ ହୋଇଯାଇଥିବା ବେଳେ ଅନ୍ୟ ଅଞ୍ଚଳରେ କୋଭିଡ କଟକଣା ଯୋଗୁଁ ରଥଯାତ୍ରା ପାଳିତ ହୋଇନାହିଁ । ରାଇକିଆ ଅଞ୍ଚଳରେ ସାର୍ବଜନୀନ ଭାବେ ରଥଯାତ୍ରା ପାଳନ କରାନଯାଇ ପ୍ରତୀକାତ୍ମକ ଯାତ୍ରା ଭାବେ ପରମ୍ପରା ରକ୍ଷା କରିବା ପାଇଁ କେବଳ ସେବକ ମାନଙ୍କ ଦ୍ୱାରା ମନ୍ଦିର ପରିସରରେ ଦିଅଁ ମାନଙ୍କ ପହଣ୍ଡି କରାଯାଇ ଯାତ୍ରା ପାଳନ କରାଯାଇଛି । ରାଇକିଆ ର ମନ୍ଦିର ଭିତରେ ପହଣ୍ଡି କରାଇ ମନ୍ଦିର ପରିସରରେ ହିଁ ବିଜେ କରାଇଛନ୍ତି ଜଗନ୍ନାଥ ମନ୍ଦିର ପରିସରରେ ସଜେଇ ମହାପ୍ରଭୁଙ୍କ ପହଣ୍ଡି କରାଯାଇ ବିଜେ କରାଯାଇଥିଲା । ବିନା ଭକ୍ତରେ ତଥା ସାବର୍ଜନୀନ ଭାବେ ଯାତ୍ରା ପାଳନ ହୋଇ ନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ନ ପାଇ ବହୁ ଶ୍ରଦ୍ଧାଳୁ ଦୁଃଖ ପ୍ରକାଶ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles