Related Contents

ପ୍ରସବ ଯନ୍ତ୍ରଣାଭୋଗୁଥିବା ମହିଳାଙ୍କୁ କାନ୍ଧରେ ବୋହି ମେଡିକାଲ ନେଲେ ଜବାନ

ମାଲକାନଗିରି, ( ଓଡ଼ିଶା ନିୟୁଜ 24 ବ୍ୟୁରୋ ମୋହିତ ପ୍ରସାଦ ତ୍ରିପାଠି ) : ଡକାଏତ, ମାଓବାଦୀ ମାନଙ୍କୁ ଦମନକରିବା ଓ ଶନ୍ତିଶୃଙ୍ଖଳା ପ୍ରତିଷ୍ଟା ପାଇଁ ସେମାନେ ନିଷ୍ଟୁର ହୋଇପାରନ୍ତି ହେଲେ କୌଣସି ରୋଗ ଗସ୍ତ ପରିବାର କି ନିରିହ ଜନସାଧାରଣଙ୍କ ପାଇଁ ଭଗବାନ ସଦୃଶ୍ୟ ସରଳ ପାଲଟି ସେମାନଙ୍କ ନିକଟରେ ହାଜର ହୋଇ ଯାଇଥାନ୍ତି ଏହି ଜବାନ ମାନେ । ଜଣେ ପ୍ରସବ ଯନ୍ତ୍ରଣାଭୋଗୁଥିବା ମହିଳାଙ୍କୁ କାନ୍ଧରେ ବୋହି ମେଡିକାଲ ନେଇ ଚିକିତ୍ସା କରି ଦେବଦୂତ ସାଜି ମାନବିକାତା ପରାକାଷ୍ଟ ଦେଖାଇଛନ୍ତି ଜବାନ ମାନେ । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଁ ଜିଲ୍ଲାସ୍ଥ ମାଓପ୍ରବଣ ହରିଜନପଡା ଗ୍ରାମରେ । ସେହି ଗ୍ରାମର ରୁକୁମଣୀ ବାଘେଲ ନାମକ ଆସନ୍ନପ୍ରସବା ମହିଳା ଗର୍ଭ ଯନ୍ତ୍ରଣା ରେ ଛଟପଟ ହେଉଥିବାର ଦେଖି ଜବାନ ମାନେ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିବା ଘଟଣା ଯାହାକି ସମଗ୍ର ମାନବ ସମାଜ ପାଇଁ ଉଦାହରଣ ପାଲଟିଛି ।

ମାଓଦମନ ପାଇଁ କୋଣ୍ଡାଗାଁ ଜିଲ୍ଲା ହଡେଲ୍ଲି ଗ୍ରାମ ଠାରେ ଥିବା ୪୧ବାଟାଲିୟନ ଆଇଟିବିପି ଜବାନ କ୍ୟାମ୍ପର ଜବାନ ମାନେ ମାଓପ୍ରଭାବିତ ହରିଜନପଡା ଗାଁକୁ ସର୍ଚଅପେରସନରେ ଯାଇଥିଲେ ।ମାଓସର୍ଚ ଅପରେସନ ବନ୍ଦକରି ସେମାନେ ସେଠାରେ ପହଁଚି ଦେଖିଲେ ଯେ ସେହି ଗ୍ରାମର ରୁକମଣି ବାଘେଲ ପେଟ ଯନ୍ତ୍ରଣାରେ ଛଟପଟହେଉଛନ୍ତି । ଗ୍ରାମଟି ଅତ୍ୟନ୍ତ ଦୁର୍ଗମ ପାହାଡି ଇଲାକା ରେ ରାସ୍ତା ଘାଟ ନଥିବାରୁ ତାଙ୍କ ପରିବାର କିପରି ଡାକ୍ତର ଖାନା ନେବେ ସେହି କଥା ଚିନ୍ତାକରି ମନଦୁଃଖରେ ବସିଥିଲେ । ଠିକ ସେହି ସମୟରେ ଜବାନମାନେ ପହଁଚିଗଲେ । କୌଣସି ରାସ୍ତା ନଥିବାରୁ ଗାଡି କି ଆମ୍ବୁଲାନ୍ସ ପହଁଚିବା ସମ୍ଭବପର ନହେବାରୁ ଜବାନ ମାନେ ନିଜର ମାନବିକତା ଦେଖାଇ ମହିଳାଙ୍କୁ ମେଡିକାଲ ନେବାପାଇଁ ସ୍ଥିରକଲେ ଓ ପ୍ରବଳ ବର୍ଷାରେ ହେବା ସ୍ୱତ୍ୱେ ମହିଳାଙ୍କୁ ଷ୍ଟ୍ରେଚର ରଖି କାନ୍ଧରେ ବୋହି ପାହଡ ନାଳ ଘାଟି କାଦୁଅ ରାସ୍ତାରେ ଦୀର୍ଘ ୭ କିମି ଚାଲିଚାଲି ହଡେଲି ଠାରେ ଥିବା ଜବାନଙ୍କ କ୍ୟାମ୍ପ ମେଡିକାଲ କୁ ନେଇ ଚିକିତ୍ସା କରିଥିଲେ । ସେଠାରେ ଡାକ୍ତର ମାନେ ଉକ୍ତ ମହିଳାଙ୍କୁ ପରୀକ୍ଷାକରି ତାଙ୍କୁ ଚିକିତ୍ସା କରିଥିଲେ । ଡାକ୍ତର ଖାନା ଆଣିବା ବିଳମ୍ବ ହୋଇଥିଲେ ଉକ୍ତ ମହିଳାକୁ ବଚାଂଇବା କଷ୍ଟକର ହୋଇପଡିଥାନ୍ତା ବୋଲି ଡାକ୍ତର କହିଛନ୍ତି । ମାଓଦମନ ପାଇଁ ନିଯୁକ୍ତି ପାଇଥିବା ଏହି ଆଇଟିବିପି ଜବାନ ମାନେ ନିଜଜୀବନକୁ ପାଣି ଛଡାଇ ଦିନରାତି ସୁରକ୍ଷା ଯୋଗାଇ ଆସୁଥିବା ଜବାନମାନଙ୍କ ଏହି ସେବା କାର୍ଯ୍ୟକୁ ମାଓପ୍ରବଣ ହରିଜନପଡା ଗ୍ରାମବାସୀ ମାନେ ପ୍ରସଶାଂ କରିବା ସହ ସାଧୁବାଦ ଜଣାଇଛିନ୍ତି । ସନ୍ତ୍ରାସବାଦ, ମାଓବାଦୀଙ୍କ ପାଇଁ ଜବାନ ମାନେ ନିଷ୍ଟୁର ହୋଇଥାନ୍ତି ହେଲେ ସାଧରଣ ଲୋକଙ୍କ ନିକଟରେ ନିରିହ ମଣିଷ ସାଜି ମାନବିକାତାର ପରା କାଷ୍ଟ ଦେଖାଇଥିବାରୁ ଗର୍ଭବତୀ ମହିଳାଙ୍କ ଜୀବନ ବଚିଂଯାଇପାରିଛି ।

Comments are closed.