Related Contents

୧୦ ବର୍ଷର ନା ବାଳିକାକୁ ଦୁଷ୍କର୍ମ କରିବାର ଅଭିଯୋଗ-ଅଭିଯୁକ୍ତ ଗିରଫ

ମାଲକାନଗିରି (ଅସୀମ ବିଶ୍ୱାସ): ମାଲକାନଗିରି ଥାନାସ୍ଥ ଏମ.ଭି. ୧୦ ଗ୍ରାମର ଜଣେ ଚନ୍ଦ୍ରଶେଖର ବରାଳ ନାମକ ୧୯ ବର୍ଷର ଯୁବକ ଜଣେ ୧୦ ବର୍ଷର ନା ବାଳିକାକୁ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି। ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ମାଲକାନଗିରି ଥାନାସ୍ଥ ଏମ୍ ଭି ୪ ଗ୍ରାମର ୧୦ବର୍ଷର ନାବାଳିକା ଝିଅ ତାଙ୍କ ମାମୁଁ ଘର ଏମ ଭି ୧୦ ଗ୍ରାମକୁ ବୁଲି ଯାଇଥିଲେ। ସେହି ଗ୍ରାମର ଜଣେ ୧୯ ବର୍ଷର ଯୁବକ ଉକ୍ତ ନାବାଳିକାକୁ ଏକୁଟିଆ ପାଇ ଲୋଭ ଦେଖାଇ ଘରକୁ ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୀଡ଼ିତାର ଅତ୍ୟଧିକ ରକ୍ତସ୍ରାବ ହେବାରୁ ସେ ଘରେ ସବୁ କଥା କହିଥିଲା, ପିଡ଼ୀତାର ବାପା ଏ ସମ୍ପର୍କରେ ମାଲକାନଗିରି ଥାନାରେ ଜଣାଇଥିଲେ ଓ ମାଲକାନଗିରି ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ, ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଏସପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତକୁ ପ୍ରଦର୍ଶନ କରି ସମସ୍ଥ ବିବରଣୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣେ ଆଇଟିଆଇ ୨ୟ ବର୍ଷର ଛାତ୍ର। ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Comments are closed.