Related Contents

ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହାହୋଇ ଆଠ କିଲୋମିଟର

ବୈପାରୀଗୁଡା (ଏନ.ସନ୍ତୋଷ କୁମାର): ଗ୍ରାମାଞ୍ଚଳ ବିକାଶ ପାଇଁ ସରକାରଙ୍କ ମାଲାମାଲ ଯୋଜନା କେବଳ ବିଜ୍ଞାପନ ରେ ସୀମିତ | ଏହି ଯୋଜନା ଗୁଡିକ ସାଧାରଣ ଲୋକଙ୍କ ବାସ୍ତବିକ ଜୀବନରେ ସାହାଯ୍ୟ ଆସୁନଥିବାର ଜଣାପଡିଛି | ସେହିପରି ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଂଚାୟତ ର କାଉଗନ୍ଧଲି ଗ୍ରାମରେ |

ଉକ୍ତ ଗ୍ରାମର ମଙ୍ଗୁଲୁ ଖିଲଙ୍କ ଗର୍ଭବତୀ ସ୍ତ୍ରୀ କମଳା ଖିଲଙ୍କ ପେଟ ଯନ୍ତ୍ରଣା ଲାଗି ନିକଟସ୍ଥ ମେଡିକାଲ ରାମଗିରି ନେବା ପାଇଁ ଆମ୍ବୁଲାନ୍ସ କୁ ଯୋଗାଯୋଗ କଲେ ଗ୍ରାମବାସୀ ହେଲେ କାଦୁଅ ରାସ୍ତା ଲାଗି ପଣଷପୁଟ ରାସ୍ତାର ଏକ କଲଭର୍ଟ ପାଖରେ ଗାଡି ଅଟକି ଗଲା | ସେଥିପାଇଁ ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ଖଟିଆରେ ଆଠ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସରେ ମେଡିକାଲକୁ ନେଇଥିଲେ | ଏହି ପରିଘାତଣା ପୂର୍ବରୁ ଅନେକ ଥର ଘଟିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ | ଏହି ଅଂଚଳ ପାଇଁ ସରକାରଙ୍କ ନିଦ କେବେ ଭାଙ୍ଗିବା ଏବଂ ଲୋକଙ୍କ ଦୁଃଖ କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା |

Comments are closed.