Related Contents

୧୦୦ କୋଟି ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ଗୁରୁପ୍ରିୟା ସେତୁ ଓ ସାତ ମହଲା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମାଲକାନଗିରି ଜିଲ୍ଲାର ଉନ୍ନତି ପାଇଁ ୧୦୦ କୋଟି ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ମାଲକାନଗିରିବାସୀ |

ମାଲକାନଗିରି ଜିଲ୍ଲାବାସୀ ଓ ମାଲକାନଗିରି ଜିଲ୍ଲା ବିଜୁଜନତା ଦଳ ତରଫରୁ ମାନ୍ୟବର ବିଧାୟକ ମାନସ ମାଡକାମିଙ୍କ ନେତୃତ୍ତ୍ୱରେ ମାନ୍ୟବର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ଆଜି ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶି ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ ବିପୁଳ ସମ୍ବର୍ଦ୍ଧନା ଜଣାଇଛନ୍ତି | ଏଥିରେ ବରିଷ୍ଠ ବିଜେଡି କର୍ମୀ ଗୋପାଳ କୃଷ୍ଣ ପଣ୍ଡା, ପୂର୍ବତନ ଜିଲ୍ଲା ଯୁବ ସଭାପତି ଶଙ୍କର ସାହା, ସାଂସଦ ପ୍ରତିନିଧି ସତ୍ୟ ପାଣିଗ୍ରାହୀ, ପୌର ପରିଷଦ ଉପ ସଭାପତି ସତ୍ୟ ସ୍ୱାଇଁ,ବ୍ଲକ ସଭାପତି ସର୍ବ ବିଶୋଇ,କାଲିମେଳା ବରିଷ୍ଠ କର୍ମୀ ଇ.ଭେଙ୍କେଟ ରାଓ, ଶରତ ଚନ୍ଦ୍ର ବିଶ୍ୱାଳ,ବିଧାୟକ ପ୍ରତିନିଧି ଉମା ଶଙ୍କର ସାହୁ ,ମାଧବ ସାବତ ସମେତ ଜିଲ୍ଲାର ବହୁ ବରିଷ୍ଠ କର୍ମକର୍ତ୍ତା ଓ ଆଇନଜୀବୀ ମାନେ ଉପସ୍ଥିତ ଥିଲେ ।

Comments are closed.