ସଂଗ୍ରାମପୁର ଉ.ପ୍ରା (ମ.ଇ.) ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ

0
312

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୫/୧୧) : ବୋୖଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉ.ପ୍ରା (ମ.ଇ.) ବିଦ୍ୟାଳୟରେ ବିଦ୍ୟାଳୟରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ ନୀତିନିୟମ ପାଳନ ପୂର୍ବକ ଷଷ୍ଠ ଓ ସପ୍ତମ ଶ୍ରେଣୀ ବିଦ୍ୟାଳୟ ଖୋଲାଯାଇଥିଲା ।

ସଂଗ୍ରାମପୁର ଉ.ପ୍ରା (ମ.ଇ.) ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଷଷ୍ଠ ଓ ସପ୍ତମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ହାତ ସାନି ଟାଇଜର କରିବାପରେ ଥର୍ମାଲ ସ୍କିନିଙ୍ଗ ମଧ୍ୟ କରିଥିଲେ । ଦୀର୍ଘ ୧୮ ମାସ ପରେ ବିଦ୍ୟାଳୟ ଖୋଲାଯାଇଥିବାରୁ ଖୁସିର ଲହରୀ ଖେଳିଯାଇଥିଲା । ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଶୁଭ କଳସ ସ୍ଥାପନ କରି  ବିଭିନ୍ନ ରଙ୍ଗର ରଂଗଲି ରେ ଅଙ୍କିତ କରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ କୃତଜ୍ଞତା ଜଣାଇଥିଲେ ।

ଏହି ସ୍ୱାଗତ ସମ୍ବର୍ଦ୍ଧନା ସମାରୋହରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜିତ କୁମାର ମେଣ୍ଡିଲି ,ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ରଶ୍ମି ରଞ୍ଜନ ଡାଙ୍ଗ, ଦୁଃଶାସନ ସେଠୀ ଓ ଶିକ୍ଷୟିତ୍ରୀ ପୁସ୍ମିତା ସାହୁ, ସହଯୋଗ କରିଥିଲେ ।