Related Contents

ଆମ ସ୍କୁଲ ଅଭିଯାନ ଅନୁଷ୍ଠିତ-କୋଷଗୁମୁଡା

କୋଷଗୁମୁଡା (ସଂଯୁକ୍ତା ରାଉତରାୟ ): ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଅନ୍ତର୍ଗତ ବରଗାଁ ଉନ୍ନୀତ ଉଚ୍ଚବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପୂଜାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି |

ବିଦ୍ୟାଳୟର ପ୍ରାୟ ୩୦ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ସକ୍ଷମ ପୁରାତନ ଛାତ୍ରଛାତ୍ରୀ ମାନେ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଥିଲେ | ପୁରାତନ ଛାତ୍ର ଜହାନ ନାୟକ ଏକ ୱାଟର ଫିଲ୍ଟର ଓ ପ୍ରେମମଣି ନାଗ ଏକ କାନ୍ଥ ଘଣ୍ଟା ବିଦ୍ୟାଳୟକୁ ପ୍ରଦାନ କରିଥିଲେ | ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଆସିଥିବା ସମ୍ମାନୀୟ ଅତିଥି ବୃନ୍ଦ ବିଦ୍ୟାଳୟର ଚତୁର୍ପାର୍ଶ୍ୱରେ ୨୦୦ ଟି ଚାରରୋପଣ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ବ୍ୟତୀତ ଗ୍ରାମର ୱାର୍ଡମେମ୍ବର ଲକ୍ଷ୍ମୀଧର ମଳି,ଲଛମନ ପୂଜାରୀ , ଶିକ୍ଷକ ବାବୁଜି ଚରଣ ମେହନା, ସନମତି ହରିଜନ, ନାରାୟଣ ପ୍ରସାଦ ଗିରି, ଶଙ୍କର ମେହେର, ପାଞ୍ଚ ରନ୍ଧାରୀ,ନକୁଳ ଭରା ଓ ସ୍କୁଲର ସମସ୍ତ ଶିକ୍ଷକ ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ | ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜାତି ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା |

Comments are closed.