Related Contents

ରାତି ଅଧରେ ନବନିର୍ମିତ ପଞ୍ଚାୟତ ଗୃହକୁ ଭାଙ୍ଗିଲେ ଦୁର୍ବୁତ୍ତ !!!

ଝରିଗାଁ (ତ୍ରିନାଥ ଧରୁଆ): ରାତି ଅଧରେ ନବନିର୍ମିତ ପଞ୍ଚାୟତ ଗୃହକୁ ଭାଙ୍ଗିଲେ ଦୁର୍ବୁତ୍ତ, ପଞ୍ଚାୟତ ଗୂହନିର୍ମାଣ ପାଇଁ ଦୁଇଗୋଷ୍ଠୀ ମଧ୍ୟରେ ବହୁଦିନ ଧରି ଲାଗିରହିଛି ବିବାଦ । ଏହିପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ନୂତନ ଭାବେ ନିର୍ମିତ ହୋଇଥିବା ଇଛାପୂର ପଞ୍ଚାୟତ ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ନୂତନ ଭାବେ ଗଢା ଇଛାପୂର ପଞ୍ଚାୟତରେ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ବହୁଦିନ ହେଲା ଲାଗିରହିଥିଲା ବିବାଦ । ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଅନୁସାରେ କରଲାମାଳ ଛକ ନିକଟରେ ଗତ ମାସ ଠାରୁ ୩୫ଲକ୍ଷ ଟଙ୍କାର ପଞ୍ଚାୟତ ଗୂହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ 50 ପ୍ରତିଶତ କାର୍ଯ୍ୟ ହୋଇଯାଇଥିଲା । କିନ୍ତୁ ଗତକାଲି ରାତିରେ କେତେଜଣ ଦୁର୍ବୁତ୍ତ ନିର୍ମାଣ ଧୀନ ଗୃହକୁ ଭାଙ୍ଗିଦେଇଥିବାର ଦେଖିବାକୁ ମିଳିଛି । ଏନେଇ କାର୍ଯ୍ୟାଦେଶ ମିଳିଥିବା ବ୍ୟକ୍ତି (ଖେଦୁରମ ନାୟକ) ଝରିଗାଁ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ଓ ଝରିଗାଁ ଥାନାରେ ଏକ ଏତଲା ଦୟାର କରିଥିଲେ ।
ହେଲେ ଏହି କାର୍ଯ୍ୟ ବିରୋଧ କରୁଥିବା ଅନ୍ୟ ଏକ ଗୋଷ୍ଠୀର ଶତାଧିକ ମହିଳା ପୁରୁଷ ଆସି ଆଜି ଝରିଗାଁ ବ୍ଲକ ଘେରାଉ କରିଥିଲେ । ବିନା ଗ୍ରାମ ସଭା ଅନୁମୋଦନରେ କିପରି ଭାବରେ ଜଣେ ଦୀର୍ଘ ବର୍ଷଧରି ଆଦିବାସୀ ଚାଷ ଜମିରେ ପଞ୍ଚାୟତ ଗୂହ ନିର୍ମାଣ କରାଯାଉଛି ଓ ଏହାକୁ ଶୀଘ୍ର ବନ୍ଦ କରିବାକୁ ଦାବି କରିଥିଲେ । ଇଛାପୂର ଅଞ୍ଚଳର ଲୋକଙ୍କ ମଧ୍ୟରେ ଗୋଣ୍ଡଗୋଳ ସୃଷ୍ଟିକରିବାପାଇଁ କେତେଜଣ ଦୁର୍ବୁତ୍ତ ପଞ୍ଚାୟତ ଗୃହକୁ ଭାଙ୍ଗି ଦେଇଥିବାର ଅଭିଯୋଗ କରିଛନ୍ତି ଓ ନିମ୍ନ ମାନର କାମ ହୋଇଥିବାର ଅଭିଯୋଗ କରିଛନ୍ତି ।
ଜିଲ୍ଲା ପ୍ରଶାସନ ଏହା ପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାର ଅନୁମାନ କରାଯାଉଛି ।

Comments are closed.