Friday, March 29, 2024

Top 5 This Week

Related Posts

ଜବାହାରଲାଲ ନେହରୁ ୟୁନିଭରସିଟି କ୍ୟାମ୍ପସ୍‌ ରେ ୨ ଛାତ୍ର ସଙ୍ଗଠନ ମୁହାଁମୁହିଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୫/୧୧) : ଗତ ରାତିରେ ଜବାହାରଲାଲ ନେହରୁ ୟୁନିଭରସିଟି କ୍ୟାମ୍ପସ୍‌ ରେ ମୁହାଁମୁହିଁ ହୋଇଛନ୍ତି APVP ଏବଂ ବାମପନ୍ଥୀ AISA ଛାତ୍ର ସଂଗଠନ ଶତାଧିକ ସଦସ୍ୟ । ସେମାନଙ୍କ ମଧ୍ୟରେ ବହୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।ୟୁନିଭରସିଟି

ମିଳିଥିବା ସୂଚନା ଅନୁଯାୟୀ, ଜବାହାରଲାଲ ନେହରୁ ୟୁନିଭରସିଟି କ୍ୟାମ୍ପସ୍‌ ରେ ଗତକାଲି ରାତି ପ୍ରାୟ ୧୦ ଟାରେ ଅଖିଳ ଭାରତ ବିଦ୍ୟା ପରିଷଦ APVP ଛାତ୍ର ସଂଗଠନ ଏବଂ ବାମପନ୍ଥୀ AISA ଛାତ୍ର ସଂଗଠନ ସଦସ୍ୟ ମୁହାଁମୁହିଁ ହୋଇଥିଲେ । APVP ସଙ୍ଗଠନ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, କ୍ୟାମ୍ପସରେ ଗତ ରାତିରେ ସେମାନଙ୍କର ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ AISA ଛାତ୍ର ସଂଗଠନ କର୍ମୀ ସେଠାରେ ପହଞ୍ଚି ସେମାନଙ୍କୁ ମାରପିଟ କରିଥିଲେ । କେବଳ ସେତିକି ନୁହେଁ, AISA କର୍ମୀ APVP ର ମହିଳା ଓ ଭିନ୍ନକ୍ଷମଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଗୁରୁତର ମାନଙ୍କୁ ଏମସ୍‌ରେ ଭର୍ତ୍ତି କରାଯାଇଛି ।

ଦିଲ୍ଲୀର ବସନ୍ତ କୁଞ୍ଜ ପୁଲିସ ଷ୍ଟେସନରେ APVP ପକ୍ଷରୁ ଏକ ଅଭିଯୋଗ ଦିଆଯାଇଛି । ପୋଲିସ କହିଛି ଯେ ଘଟଣାର ତଦନ୍ତ ଚାଲିଛି, ଏଫଆଇଆର ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ । ABVP ର JNU ୟୁନିଟ୍ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ବାମ ଛାତ୍ରଙ୍କ ଆକ୍ରମଣରେ ଅନେକ APVP ଛାତ୍ର ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ମହିଳା ଏବଂ ଭିନ୍ନକ୍ଷମ ଅଛନ୍ତି । ଅନ୍ୟ ପକ୍ଷରେ ଜେଏନୟୁ ଷ୍ଟୁଡେଣ୍ଟସ୍ ୟୁନିଅନର ସଭାପତି ତଥା ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ନେତା ଆୟେଶ ଘୋଷ ଏହି ଆକ୍ରମଣ ପାଇଁ ଏବିଭିପିଙ୍କୁ ଦାୟୀ କରିଛନ୍ତି ।

ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ର ନେତା ତଥା ଜେଏନୟୁ ଷ୍ଟୁଡେଣ୍ଟସ୍ ୟୁନିଅନ ର ସଭାପତି ଆୟେଶ ଘୋଷ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘APVP ଗୋଷ୍ଠୀ ଜେଏନୟୁରେ ହିଂସା ଘଟାଉଛି । ବାରମ୍ବାର ଏହି ଅପରାଧୀମାନେ ଛାତ୍ର ଙ୍କ ଉପରେ ହିଂସା ପ୍ରଦର୍ଶନ କରି କ୍ୟାମ୍ପସ ଗଣତନ୍ତ୍ରକୁ ବାଧା ଦେଉଛନ୍ତି । ଜେଏନୟୁ ପ୍ରଶାସନ ଚୁପ୍ ବସିଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ।

ଏହି ମାମଲାର ଏକ ଭିଡିଓ ସାମନାକୁ ଆସିଥିବା ବେଳେ ସେଥିରେ ଦେଖାଯାଇଛି , APVP କର୍ମୀ ଗୋଟିଏ ରୁମ୍‌ରେ ବୈଠକ କରୁଥିବା ବେଳେ ବାହାରେ AISF ର ଛାତ୍ର ଗୋଷ୍ଠି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ “କଦମ, କଦମ ପର ଲଢେଙ୍ଗେ ତୁମସେ, ଦେଖ ଲେଙ୍ଗେ ” ବୋଲି କହୁଥିଲେ । ଏହା ଜବାବରେ ରୁମ୍‌ ଭିତରେ ଥିବା APVP କର୍ମୀ “ଜିନ୍ଦାବାଦ, ବନ୍ଦେ ମାତରମ” ନାରା ଲଗାଇଥିଲେ ।

ସୂଚନାଯୋଗ୍ୟ, ଗତବର୍ଷ ୫ ଜାନୁୟାରୀରେ ମଧ୍ୟ ଜେଏନୟୁ କ୍ୟାମ୍ପସ ଅଶାନ୍ତ ହୋଇଉଠିଥିଲା । ଉକ୍ତ ଦିନ ଛାତ୍ର ଓ ଶିକ୍ଷକଙ୍କ ଏକ ରାଲି ଯାଉଥିବା ବେଳେ କିଛି ମୁଖା ପିନ୍ଧା ବ୍ୟକ୍ତି ଅତର୍କିତ ଆକ୍ରମଣ କରିଥିଲେ । ଏହାକୁ ନେଇ ସମଗ୍ର ଦିଲ୍ଲୀ ଉଠୁଥିବା, ପଡ଼ୁଥିବା ବେଳେ ଏନେଇ ମାମଲା ରୁଜୁ ହୋଇଥିଲା । ଏହାପରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ହେଲେ ଏହି ମାମଲାରେ କାହାକୁ ଗିରଫ କରାଯାଇ ନ ଥିବା ଗତ ଅଗଷ୍ଟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ସଂସଦରେ ବିବୃତି ଦିଆଯାଇଥିଲା ।

Popular Articles