ଲଗାଣ ବର୍ଷା ଯୋଗୁ,,କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଳକ ବିଭିନ୍ନ ଗ୍ରାମ ଜଲମଗ୍ନ

ଗୋଲାମୁଣ୍ଡା (ଚିତ୍ତ ବାଗ): ଧର୍ମଗଡ ଓ ଗୋଳାମୁଣ୍ଡା ମୁଖ୍ୟ ରାସ୍ତା ଯାତାୟାତ ବିଛିନ୍ନ ହୋଇଯାଇଛି | ହଲଦି ପୋଲ ଉପରେ ୫ଫୁଟ ପାଣି ଆସିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି |

ସେହିପରି ଦଶପୁର ଓ ଧର୍ମଗଡ ଯାତାୟାତ ବିଛିନ୍ନ | ଚିଚିଆ ପୋଲ ଉପରେ ୪ଫୁଟ ଓ ଆମ୍ବଗୁଡା ମୁଖ୍ୟ ରାସ୍ତା ରେ ମଧ୍ୟ ୪ଫୁଟ ପାଣି ବୋହୁଛି ।ଏହି ଲଗାଣ ବର୍ଷା ହେବାରୁ ବିଭିନ୍ନ ଗ୍ରାମ ଚିଚିଆ, ହଲଦି ,ଘୋଟିଆ,ଆମ୍ବଗୁଡା ,ଲାକୁରଭଟା,କୁମ୍ଭାରି,ଫରଙ୍ଗ ଆଦି ଏହି ଗ୍ରାମର ଶହ ଶହ ହେକ୍ଟରରେ ଜମି ଉପରେ ପାଣି ଜମି ରହିଛି । ଧାନ ବିଲ ସହିତ ପନିପରିବା ଚାଷ ହୋଇଥିବା ଜଲମଗ୍ନ ହୋଇଯାଇଛି। ଯାହା ଫଲରେ ଚାଷୀମାନେ ଚିନ୍ତା ଦେଖିବାକୁ ମିଲିଛି । ଏଥି ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରୁଛନ୍ତି ।

Comments are closed.