ବାଲ୍ୟ ବିବାହ ରୋକିବା ପାଇଁ “ପ୍ରଚେଷ୍ଟା” ଅଭିଯାନ ଦ୍ଵାରା ୪ ଲକ୍ଷ ଲୋକଙ୍କ ମାନବ ଶୃଙ୍ଖଳ ଶପଥପାଠ

0
206

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୧୪/୧୧) :
* ବାଲ୍ୟ ବିବାହ ରୋକିବା ନିମନ୍ତେ “ପ୍ରଚେଷ୍ଟା” ଅଭିଯାନ ଦ୍ଵାରା ରାୟଗଡା ଜିଲ୍ଲାରେ ଗୋଟିଏ ଦିନରେ ଏକ ସମୟରେ ୪ ଲକ୍ଷ ଲୋକଙ୍କ ଦ୍ଵାରା ମାନବ ଶୃଙ୍ଖଳ ଓ ଗଣ ଶପଥ ପାଠ
* ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ଜାତି ସମାଜର ମୁଖ୍ୟ, ଗ୍ରାମ ମୁଖ୍ୟ, କିଶୋରୀ ବାଳିକା ଏବଂ ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନବ ଶ୍ରୁଙ୍ଖଳ ମାଧ୍ୟମରେ ଶପଥ ନେଲେ।
* ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ ନେତୃତ୍ବରେ ସହର ପରିକ୍ରମା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ରାୟଗଡ ଜିଲ୍ଲା ପ୍ରଶାସନ, ରାୟଗଡ ଦ୍ଵାରା ବାଲ୍ୟ ବିବାହ ରୋକିବା ଓ କିଶୋରୀ ସଶକ୍ତିକରଣ ପାଇଁ ଚାଲିଥିବା “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଗୋଟିଏ ଦିନରେ ଏକ ସମୟରେ ପ୍ରାୟ ୪ ଲକ୍ଷ ଲୋକ ନିଜ ନିଜ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଶପଥ ନେଇଥିଲେ | 9e31c88a 7ba1 4e8e b975 edbcc3b61863 ବାଲ୍ୟ ବିବାହ ରୋକିବା ପାଇଁ “ପ୍ରଚେଷ୍ଟା” ଅଭିଯାନ ଦ୍ଵାରା ୪ ଲକ୍ଷ ଲୋକଙ୍କ ମାନବ ଶୃଙ୍ଖଳ ଶପଥପାଠ

ପ୍ରକାଶ ଥାଉ କି ଉଭୟ ରାଜ୍ୟ ସରକାର ଓ ରାୟଗଡ ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ବିଭିନ୍ନ ବିଭାଗ ସହିତ ମିଳିତ ଆଲୋଚନା ଓ ସମନ୍ଵୟ କ୍ରମେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି |

ଏହି କାର୍ଯ୍ୟ ଖସଡାର ଅଂଶ ସ୍ୱରୁପ ଆଜି ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ମାନବ ଶୃଙ୍ଖଳ ମାଧ୍ୟମରେ ଝିଅକୁ ୧୮ ବର୍ଷ ପୂର୍ବରୁ ଓ ପୁଅକୁ ୨୧ ବର୍ଷ ପୁର୍ବରୁ ବିବାହ କରାଇବେ ନାହିଁ, ନିଜ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବାର ନଜରକୁ ଆସିଲେ ସେମାନଙ୍କୁ ବିବାହ ନ କରାଇବା ପାଇଁ ବୁଝାଇବେ, ଯଦି ଆବଶ୍ୟକ ପଡେ ଚାଇଲ୍ଡ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ପୋଲିସ, ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ସୁପରଭାଇଜର ଓ ସିଡିପିଓଙ୍କୁ ଜଣାଇବେ ବୋଲି ଶପଥ ପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା |

ପ୍ରକାଶ ଥାଉ କି ଗତଦିନ ମାନଙ୍କରେ ବିଭିନ୍ନ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ମାନଙ୍କର ଫଳ ସ୍ୱରୂପ ଜିଲ୍ଲାର ୫୫୯ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇ ପାରିଛି । ଏହି ସଫଳତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ପୁଣିଥରେ ମାନବ ଶ୍ରୁଙ୍ଖଳ ଓ ଗଣ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ମାନବଶୃଙ୍ଖଳ ଓ ଶପଥ ପାଠ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା |d55807bf bd8d 4fc9 b473 cecade39157d ବାଲ୍ୟ ବିବାହ ରୋକିବା ପାଇଁ “ପ୍ରଚେଷ୍ଟା” ଅଭିଯାନ ଦ୍ଵାରା ୪ ଲକ୍ଷ ଲୋକଙ୍କ ମାନବ ଶୃଙ୍ଖଳ ଶପଥପାଠ

ଜିଲ୍ଲାପାଳ ଏହି ଅବସରରେ ରାୟଗଡା ସଦର ମହକୁମା ଠାରେ ୫୦୦ ଜନସାଧାରଣଙ୍କୁ ଶପଥ ପାଠ କରାଇବା ପରେ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରି ଥିଲେ । ଆଗାମୀ ଦିନ ମାନଙ୍କରେ ସମସ୍ତ ଧାର୍ମିକ ଅନୁଷ୍ଠାନର ମୁଖ୍ୟ ମାନେ ନିଜର ଧାର୍ମିକ ସ୍ଥଳ ମାନଙ୍କରେ ଯେପରି ଗୋଟିଏ ମଧ୍ୟ ବାଲ୍ୟ ବିବାହ ନ ହୁଏ ତାହା ତଦାରଖ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶ ଶ୍ରୀ ଭୀମସେନ ଶବର, ଓରମାସର ଡେପୁଟି ସି ଇ ଓ ଶ୍ରୀ ମନୋଜ କୁମାର ପାତ୍ର, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ହେମନ୍ତ କୁମାର ବାଗ , ଆକ୍ସନଏଡ ର ଜିଲ୍ଲା ପରାମର୍ଶଦାତା ଶ୍ରୀ ରତ୍ନେଶ୍ୱର ସାହୁ ଓ ସମନ୍ଵିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ରାୟଗଡା ଆଇ ସି ଡି ଏସ ପ୍ରକଳ୍ପର ସମସ୍ତ ସୁପରଭାଇଜର, ମିଶନଶକ୍ତିର ବ୍ଲକ ସଂଯୋଜକ ଶ୍ରୀ ରାଜୀବ ପାଢୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ସହଯୋଗ କରିଥିଲେ |

ଠିକ ସେହିପରି ଗ୍ରାମ ଓ ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମସ୍ତ ସୁପରଭାଇଜର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଓ ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ମାନଙ୍କ ଦ୍ଵାରା ଏହି ମାନବ ଶ୍ରୁଙ୍ଖଳ ଓ ଗଣ ଶପଥ ପାଠ ଗୋଟିଏ ଦିନରେ ଏକ ସମୟରେ ଅନୁଷ୍ଠିତ ହୋଇଥିଲା ।