Related Contents

ଅଳ୍ପକେ ବର୍ତ୍ତିଲେ, ହଲିଉଡ ଅଭିନେତ୍ରୀ ଟେମି

ଓଡିଶା ନ୍ୟୁଜ୨୪ ବ୍ୟୁରୋ ନ୍ୟୁ ଦିଲ୍ଲୀ : ହଲିଉଡ ଅଭିନେତ୍ରୀ ଟେମି ଗଙ୍ଗାରେ ବୁଡିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିର୍ଦ୍ଦେଶକ ଅତୁଲ ଗର୍ଗଙ୍କ ସିନେମା ‘ଦ ଲେଜେଣ୍ଡ ଅଫ ପିକାକ’ର ସୁଟିଂ ବନାରସରେ କରୁଥିଲେ ଓ ସେହି ସମୟରେ ଏପରି ଘଟିଥିଲା।

ସିନେମାର ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଗଙ୍ଗା ଭିତରେ କରିବାର ଥିଲା। ନିର୍ଦ୍ଦେଶକ, କ୍ୟାମେରା ମ୍ୟାନ୍‌ ଏହି ଦୃଶ୍ୟକୁ କିପରି ଜୀବନ୍ତ ଭାବେ ପରଦାରେ ତୋଳି ପାରିବେ ସେନେଇ ବ୍ୟସ୍ତରେ ଥାଆନ୍ତି। ଏହି ସମୟରେ ଅତୁଲଙ୍କ ଆଖି ପଡ଼ିଲା ଅଭିନେତ୍ରୀ ଟେମିଙ୍କ ଉପରେ କି ସେ ପାଣିରେ ବୁଡି ଯାଉଛନ୍ତି । ତୁରନ୍ତ ତାଙ୍କ ସୁଟିଂ ସେଟରେ ଥିବା ସଦସ୍ୟଙ୍କୁ କହି ଅଭିନେତ୍ରୀଙ୍କୁ ପାଣି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଥିଲେ। ଚଳିତବର୍ଷ ଡିସେମ୍ବରରେ ଏହି ସିନେମା ରିଲିଜ ହେବାର ଯୋଜନା ରହିଛି। ନିର୍ଦ୍ଦେଶକ ଅତୁଲ ସିନେମା ‘ଦ ଲେଜେଣ୍ଡ ଅଫ ପିକାକ’ରୁ ହଲିଉଡ୍‌ରେ ନିର୍ଦ୍ଦେଶନା ଜୀବନ ଆରମ୍ଭ କରିବେ।

Comments are closed.