Related Contents

ମର୍ମନ୍ତୁଦ ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ

ବଲାଙ୍ଗୀର (ମୋହିତ ପ୍ରସାଦ ତ୍ରିପାଠୀ): ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା |

ସବୁଦିନ ପରି କଲେଜ ଯାଉଥିଲା ମିଲି | ମିଲି ନାୟକ ହେଉଛନ୍ତି ବଲାଙ୍ଗୀର ସରକାରୀ ଯୁକ୍ତ ଦୁଇ କଲେଜ ଛାତ୍ରୀ | ଆଜି କଲେଜ ଯିବା ସମୟରେ ତା ଉପରେ ଚଢି ଗଲା ଏକ ଟ୍ରକ ଓ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା | ଏ ଘଟଣା ଟି ଘଟିଛି ବଲାଙ୍ଗୀର ଲକ୍ଷ୍ମୀଜୋର ନିକଟରେ ସମ୍ବଲପୁର ରାସ୍ତା ରେ | ଲକ୍ଷ୍ମୀ ଜୋର ବ୍ରିଜ ଉପରେ ଟ୍ରକ ମାଡି ଯିବାରୁ ମୃତ୍ୟୁ କୁ ନେଇ ସ୍ଥାନୀୟ ଜନସାଧାରଣ ଜାତୀୟ ରାଜପଥ ଅବରୋଧ କରିଥିଲେ | ଦୁର୍ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି | ଦୁର୍ଘଟଣାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଗାନ୍ଧିନଗର ଛକରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ସହ କଲେଜ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ। ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଛି ଓ ତଦନ୍ତ ଚଳାଇଛି |

Comments are closed.