Related Contents

ଗୁଣୁପୁରରେ ସେକ୍ସ ରାକେଟ ଠାବ-୪ ଗିରଫ ଓ କୋର୍ଟ ଚାଲାଣ-୫୬୦୦ ଟଙ୍କା, ମୋବାଇଲ ଜବତ

ଗୁଣୁପୁର (ପ୍ରଦୀପ ପାତ୍ର): ରାୟଗଡା ଜିଲ୍ଲା ଗୁଣୁପୁର ଶେଖରନଗର ଠାରେ ଗୋଟିଏ ଘରେ ସେକ୍ସ ରାକେଟ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ଗୁଣୁପୁର ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର, ମହିଳା ଏସ ଆଇ ଙ୍କୁ ନେଇ ଏକ ଟିମ ଦ୍ୱାରା ଗତ କlଲି ରାତ୍ରରେ ହଠାତ ଚଢ଼ାଉ କରିଥିଲେ |

ଅସଂଯତ ଅବସ୍ଥାରେ ଜଣେ ଦେହଜୀବି ସହ ମାନସ ସାହୁ ଏବଂ ଦେହ ବ୍ୟବସାୟ ମାଷ୍ଟର ମାଇଣ୍ଡ ସୁନୀଲ କୁମାର ରେଡି ଏବଂ ପ୍ରତିମା ଦଳେଈଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି | ଚଢ଼ାଉ ସମୟରେ ତିନୋଟି ମୋବାଇଲ ସହ ବହୁ ଆପତ୍ତି ଜନକ ଜିନିଷ ଜବତ କରିଛି ପୋଲିସ | ଆଶ୍ଚର୍ଯ୍ୟର କଥା ପୋଲିସ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଘଟଣାଟି ଘଟିଛି | ତେଣୁ ଏପରି ଘଟଣା ପୋଲିସ କିପରି ଜାଣି ପାରିଲେନି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି | ପୋଲିସ ଏହି ମାମଲାରେ କେଶ ନ. ୯୬/୧୮ ରେ ଧାରା ୩୭୦ ଏ(୨), ୩୪ ଆଇପିସି ମାମଲାରେ କେଶ ରୁଜୁ କରି ତଦନ୍ତ କରୁଛି |

Comments are closed.