Related Contents

ବରପାଲି ଶ୍ରୀ ଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ

ବରପାଲି (ବାଳ କିଶୋର ଖାଡ଼ଙ୍ଗା): ବରପାଲି ଶ୍ରୀ ଅରବିନ୍ଦ ପାଠଚକ୍ର ର ସୁବର୍ଣ୍ଣ ଜୟନ୍ତୀ ଗତ ୨ତାରିଖ ଦିନ ପାଳିତ ହୋଇଯାଇଛି |

ସ୍ଥାନୀୟ ଗଙ୍ଗାଧର କ୍ଲବ ରେ ପ୍ରଥମ ଅଧିବେଶନରେ ଅଧ୍ୟାପକ ରାଧାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ପ୍ରସାଦ ତ୍ରିପାଠୀ, କଟକ, ପ୍ରଫୁଲ୍ଲ ପଣ୍ଡା, ସମ୍ବଲପୁର ସମ୍ମାନିତ ଅତିଥି ଓ ବ୍ରଜମୋହନ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ | ଅନୁଷ୍ଠାନର ସଭାପତି ବାଳ କିଶୋର ଖାଡ଼ଙ୍ଗା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଅପରାହ୍ନ ଅଧିବେଶନରେ ଶ୍ରୀ ବିନୋଦନନ୍ଦ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ କିଶୋର ମହାନ୍ତି, ବିଧାୟିକା ରିତା ସାହୁ ସମ୍ମନିଥ ଅତିଥି, ଡ଼.ସରୋଜ କାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ଶ୍ରୀ ଅରବିନ୍ଦ ଙ୍କ ଅତି ମାନସ ଶକ୍ତି ଓ ସାବିତ୍ରୀ ଉପରେ ଆଲୋଚନା କରିଥିଲେ | ସମ୍ପାଦକ ସୁବୋଧ ମହାରଣା ବିବରଣୀ ପାଠ କରିଥିଲେ | ପରେ ଲିଟିଲ ଏଞ୍ଜେଲସ ସରସ୍ବତୀ ଶିଶୁ ମନ୍ଦିର ଓ ଶ୍ରୀ ଅରବିନ୍ଦ ସାଧନା ମନ୍ଦିର ର ଛାତ୍ରୀମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |

Comments are closed.