Related Contents

ନାବାଳିକା ଅପହରଣ ମାମଲାରେ ଗଣମାଧ୍ୟମରେ ଉତ୍ତର ରଖିଲେ ଆରକ୍ଷୀ ଅଧୀକ୍ଷକ

କୋରାପୁଟ ଜିଲ୍ଲା ପ୍ରତିନିଧି (ରବିଶଙ୍କର ମହାପାତ୍ର): ଗତ ୨୦୧୭ ମସିହା ଅଗଷ୍ଟ ୮ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ବି.ସିଂହପୁର ଥାନା ଅନ୍ତର୍ଗତ ବାଘବଦ୍ରା ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ୧୭ ବର୍ଷ ବୟସର ନାବାଳିକା ଝିଅକୁ ଅପହରଣ କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ ଝିଅ ଘରେ ବସି ପାଠ ପଢିବା ସମୟରେ ପଡିଶା ଘରର ମାଉସୀ ଝିଅକୁ ଡାକି ନେଇଥିଲେ। ଏହାର ବହୁତ ସମୟ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ଝିଅ ଘରକୁ ନ ଫେରିବାରୁ ବାପା ମାଆ ଅନେକ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅ ନ ମିଳିବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାର ପ୍ରାୟ ୧୨ ଦିନ ପରେ ୨୦/୮/୨୦୧୭ରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରିଛି ସତ, କିନ୍ତୁ ଏଯାଏଁ ଅପହରଣକାରୀର କିମ୍ବା ନାବାଳିକାଙ୍କୁ ଠାବ କରିବାରେ ସଫଳ ହୋଇପାରି ନାହିଁ ।ଗତ ୧୪/୫/୨୦୧୮ ରେ ଅଭିଯୋଗକାରୀ ସପରିବାର ବୋରିଗୁମ୍ମା ଏସ୍. ଡି. ପି. ଓ. ଙ୍କ କାର୍ଯାଳୟ ସାମନାରେ ଧାରଣା ଦେଇଥିଲେ ।ଏହାପରେ ଏ. ଏସ୍ପି. ଶ୍ରୀ ଉଦ୍ଧବ ଚରଣ ନାୟକ ବୁଝାଇବା ପରେ ବି. ସିଂହପୁର ଥାନା ଅଧିକାରୀ ୧ ମାସ ମଧ୍ୟରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପରାଧୀକୁ ଗିରଫ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଅଭିଯୋଗକାରୀଙ୍କ ପରିବାର ଧାରଣାରୁ ଉଠିଥିଲେ।ତଥାପି ଏକ ମାସ ପରେ ମଧ୍ୟ ନାବାଳିକା ଫେରି ନ ଥିଲେ। ମାନବାଧିକାର କମିଶନଙ୍କ ତଥା କୋରାପୁଟ ବ୍ରାହ୍ମଣ ସମାଜର ଦ୍ଵାରସ୍ଥ ହୋଇଥିଲେ ଅଭିଯୋଗକାରୀ । ଶେଷରେ ଗଣମାଧ୍ୟମର ସାହାଯ୍ୟ ଲୋଡିବାରୁ କୋରାପୁଟ ଏସ୍. ପି. ଙ୍କୁ ଏନେଇ ପ୍ରଶ୍ନ କରିଥିଲେ କିଛି ଗଣମାଧ୍ୟମ ପ୍ରତିନିଧି।

Comments are closed.