୬୯ ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ/କନ୍ଧମାଳ ଜିଲ୍ଲାକୁ କ୍ରୀଡା ହବ ହେବ- ସାଂସଦ ଅଚ୍ୟୁତ ସାମନ୍ତ

0
212

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୧୨/୧୧) : ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମରେ ୬୯ ତମ ରାଜ୍ୟ ସ୍ତରୀୟ ଭଲିବଲ ଚମ୍ପିୟାନସିପ ଦୁଇ ଦିନ ଧରି ଲିଗ ମ୍ୟଚ ଗୁଡିକ ହୋଇଛି l ଓଡିଶା ସରକାର ଏବଂ କିଟ କିସ ର ଆର୍ଥିକ ସହାୟତା ତଥା ଓଡିଶା ଭଲିବଲ ଆସୋସିଏସନ ଓ ବାଲିଗୁଡା ଉପଖଣ୍ଡ କ୍ରୀଡା ସଙ୍ଘ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି |146651b4 f3b4 4dbe 9baa 5db0095cf429 ୬୯ ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ/କନ୍ଧମାଳ ଜିଲ୍ଲାକୁ କ୍ରୀଡା ହବ ହେବ- ସାଂସଦ ଅଚ୍ୟୁତ ସାମନ୍ତ

୬୯ ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ ର ଦ୍ୱିତୀୟ ଦିନ ଖେଳ ରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଯୋଗ ଦେଇ ଖେଳାଳି ଓ କ୍ରୀଡ଼ାବିତ ମାନଙ୍କୁ ପ୍ରଶଂସା କରିଥିଲେ | ଆଗାମୀ ଦିନରେ ବାଲିଗୁଡା ବିଜୁ ପଟନାୟକ ମିନି ଷ୍ଟାଡ଼ିୟମ ର ଭିତ୍ତି ଭୂମି ବିକାଶ କାର୍ଯ୍ୟ କୁ ତ୍ବରାନୀତ୍ବ କରାଯିବା କୁ ପ୍ରତିଶୃତି ଦେଇଛନ୍ତି |

ଆଗାମୀ ଦିନ ରେ କନ୍ଧମାଳ ଜିଲ୍ଲା ରେ ଖେଳ ର ଭିତିଭୂମି ବିକାଶ ନେଇ କାର୍ଯ୍ୟ ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି | ସର୍ବ ଭାରତୀୟ ସ୍ୱରୀୟ ଫୁଟବଲ ପ୍ରତିଯୋଗିତା ପାଇଁ ମଧ୍ୟ କନ୍ଧମାଳ ସାଂସଦ ସୂଚନା ଦେଇଛନ୍ତି | ଅନ୍ୟତମ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ | ବାଲିଗୁଡା ବିଧାୟକ ଚକ୍ରମଣୀ କହଁର , ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡା ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ଉପଖଣ୍ଡ କ୍ରୀଡା ସଂଘ ଉପସଭାପତି ସେକ ସାଦ୍ଧିକ,ଯୋଗ ଦେଇ ଏହି ଟୁର୍ନାମେଣ୍ଟ ର ଦ୍ୱିତୀୟ ଦିନ ଲିଗ ମ୍ୟଚ ରେ ଯୋଗ ଦେଇଛନ୍ତି |7a184573 2ad6 4762 a282 3bf1e267f502 ୬୯ ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲିବଲ/କନ୍ଧମାଳ ଜିଲ୍ଲାକୁ କ୍ରୀଡା ହବ ହେବ- ସାଂସଦ ଅଚ୍ୟୁତ ସାମନ୍ତ

ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରିବା ସହ ୬୯ ତମ ରାଜ୍ୟ ସ୍ତରୀୟ ଭଳିବଲ ମ୍ୟାଚ ରେ ରାଉରକେଲା, ବଲାଙ୍ଗୀର, ନୂଆପଡା, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ ସମ୍ବଲପୁର ମଧ୍ୟରେ ଏଗାର ଟି ଲିଗ ମ୍ୟଚ ଖେଳାଯାଇଥିଲା l ଦ୍ୱିତୀୟ ଦିନ ର ଲିଗ ମ୍ୟାଚ ରେ ଉଭୟ ଦଳ ପକ୍ଷ୍ୟ ରୁ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିବା ବେଳେ ରାଉରକେଲା ଟିମ କେନ୍ଦ୍ରାପଡ଼ାକୁ ୨-୦ ସେଟ ରେ ହରାଇ ଫୁଲବାଣୀ ଠାରେ ଅନୁଷ୍ଠିତ ପାଇନାଲ ମ୍ୟାଚ କୁ ଉନିତ୍ବ ହୋଇଛି l

କନ୍ଧମାଳ ସଂସଦୀୟ କ୍ଷେତ୍ର ର ଗଳିକନ୍ଦି ରେ ଭଳିବଲ ପ୍ରତି ଆଗ୍ରହ ରହିଥିବା ବେଳେ କନ୍ଧମାଳ ସାଂସଦ ଙ୍କ ଏଭଳି ପ୍ରୟାସ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି | ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ସମ୍ପାଦକ ଡ଼ ସୁଶାନ୍ତ କୁମାର ଦାସ, କ୍ରୀଡା ଶିକ୍ଷକ ଗଙ୍ଗାଧର ପଣ୍ଡା, ସଦସ୍ୟ ରାମାନନ୍ଦ ଘଡେଇ ବୁଲୁ ସାହୁ, ଅଚ୍ୟୁତ ପାତ୍ର ମିଲନ ଦିଗାଳ ସମେତ ସହଯୋଗ କରି ଛନ୍ତି |