Related Contents

 ଗ୍ରାମ୍ୟ ସ୍ତରୀୟ ସ୍ୱୟଂ ସହାୟକ ଦଳର ତାଲିମ ଶିବିର

କର୍ଲାମୁଣ୍ଡା (ହିରୋଜ କୁମାର ସାହୁ ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାୟତ ସ୍ଥିତ ଖଲିଆପାଲି ଗ୍ରାମରେ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ଓଡିଶା ସରକାର ଙ୍କ ତରଫରୁ ଗ୍ରାମ୍ୟ ସ୍ତରୀୟ ସ୍ୱୟଂ ସହାୟକ ଦଳର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I

ଶିବିରରେ ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଟି ର ୩୦ ଜଣ ମହିଳା ଙ୍କୁ ନିଜ ନିଜ ଦଳ ମାନଙ୍କ ରେ କିପରି ଆର୍ଥିକ ବିନିଯୋଗ କରିବେ ଏବଂ କେମିତି ସ୍ୱାବଲମ୍ବୀ ହେବେ ସେହି ଉପରେ ତାଲିମ ଦିଅ ଯାଇଥିଲା I ଆୟୋଜିତ ତାଲିମ ଶିବିରରେ ପର୍ଯ୍ୟବେସିକା – କୁସୁମ ପଣ୍ଡା, ସି.ଡି.ପି.ଓ. ପାର୍ବତୀ ସାହୁ ଏବଂ ଅଙ୍ଗନବାଡି କର୍ମୀ ଭାନୁମତୀ ସାହୁ ଯୋଗଦେଇ ମାଁ ଗଙ୍ଗା ସ୍ୱୟଂ ସହାୟକ,ଜୟ ହନୁମାନ ଏବଂ ଶିବଶକ୍ତି ସ୍ୱୟଂ ସହାୟକ ଗୋଷ୍ଟି ଙ୍କୁ ତାଲିମ ଦେଇଥିଲେ ଓ ଉକ୍ତ ତାଲିମ ଶିବିରରେ ୪ ଦିନ ମଧ୍ୟରେ ୧୨ ଗୋଟି ସ୍ୱୟଂ ସହାୟକ ଦଳକୁ ତାଲିମ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ I

Comments are closed.