ନିୟନ୍ତ୍ରିତ ବଜାର କମିଟି ତରଫରୁ କପା ମଣ୍ଡି ପାଇଁ ଦିନ ଧାର୍ଯ୍ୟ : ପ୍ରଚାର ରଥ ମାଧ୍ୟମରେ ସଚେତନତା

0
174

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ,ତା.(୧୧/୧୧) : ଚଳିତ ୨୦୨୧-୨୨ ବର୍ଷ ନିମନ୍ତେ ରାୟଗଡ ନିୟନ୍ତ୍ରିତ ବଜାର କମିଟି ତରଫରୁ ରାୟଗଡ ଉପଖଣ୍ଡରେ କପା ମଣ୍ଡି ଆସନ୍ତା ୧୫/୧୧/୨୦୨୧ ତାରିଖ ଠାରୁ ଆରମ୍ଭ ହେବ ।WhatsApp Image 2021 11 12 at 7.58.30 AM 1 ନିୟନ୍ତ୍ରିତ ବଜାର କମିଟି ତରଫରୁ କପା ମଣ୍ଡି ପାଇଁ ଦିନ ଧାର୍ଯ୍ୟ : ପ୍ରଚାର ରଥ ମାଧ୍ୟମରେ ସଚେତନତା

ଏଥି ନିମନ୍ତେ ଆଜି ଏକ ପ୍ରଚାର ରଥ କୁ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ବିପିନ ବିହାରୀ ସ୍ୱାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଆସନ୍ତା ତା ୧୫/୧୧/୨୧ରିଝା ଠାରୁ କପା କ୍ରୟ ବିକ୍ରୟ କରାଯିବ l ରାୟଗଡ ନିୟନ୍ତ୍ରିତ ବଜାର ମୁଖ୍ୟ ପ୍ରାଙ୍ଗଣରେ ସରକାରୀ ଛୁଟି ଦିନ ବ୍ୟତୀତ ପ୍ରତିଦିନ କପା କ୍ରୟ, ବିକ୍ରୟ କରାଯିବ ।

ସେହିପରି କୁମୁତିଲପେଣ୍ଠ ରେ ପ୍ରତି ଶନିବାର ଓ ଅଣ୍ଟାମଡ଼ା ଠାରେ ପ୍ରତି ଶୁକ୍ରବାର ଦିନ ସକାଳ ୯ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ସମସ୍ତ କପଚାଷୀ ତଥା ଭାଗଚାଷୀ ଙ୍କ ଠାରୁ କପା କ୍ରୟ କରାଯିବ । ୮ ପ୍ରତିଶତ ରୁ କମ ଆଦ୍ରତା ବିଶିଷ୍ଟ ବନି, ବ୍ରହ୍ମା କପା କୁଇଣ୍ଟାଲ ପ୍ରତି ୬୦୨୫ ଟଙ୍କା ଓ ଏମିସିଏଚ କୁଇଣ୍ଟାଲ ପ୍ରତି ୫୯୨୫ ଟଙ୍କା ସରକାରୀ ଭାବର କପା ନିଗମ ତରଫରୁ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

ସମସ୍ତ ଚାଷୀଙ୍କୁ ଅନଲାଇନ ମାଧ୍ୟମରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିବା ନିମନ୍ତେ ଉପ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ସମସ୍ତ ଚାଷୀଙ୍କୁ ଅନୁରୋଧ କରିଛନ୍ତି । ପଞ୍ଜୀକରଣ ନିମନ୍ତେ ଜମି ପଟା, ବା ଲିଜ ଏଗ୍ରିମେଣ୍ଟ, ଆଧାର କାର୍ଡ, ବ୍ୟଙ୍କ ପାଶ ବହି ଓ ମୋବାଇଲ ନମ୍ବର ନେଇ ପ୍ରତିଦିନ କାର୍ଯ୍ୟାଳୟ ସମୟ ମଧ୍ୟରେ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ କୁ ଯାଇ ନିଜର ନାମ ପଞ୍ଜୀକରଣ କରି ପାରିବେ ।

ଭାରତୀୟ କପା ନିଗମ ଦ୍ୱାରା ସ୍ୱୀକୃତି ବ୍ୟକ୍ତିଙ୍କୁ ଚାଷୀମାନେ ନିଜର କପା ବିକ୍ରି କରି ସରକାରୀ ଧାର୍ଯ୍ୟ ଦର ପାଇପାରିବେ । ଯେଉଁ ଚାଷୀଙ୍କୁ ତାରିଖ ଧାର୍ଯ୍ୟ କରି ଜଣାଇ ଦିଆଯାଇଛି ସେହି ଚାଷୀ ସେହି ନିର୍ଦ୍ଧିଷ୍ଟ ତାରିଖରେ ମଣ୍ଡିକୁ କପା ଆଣି ବିକ୍ରି କରିପାରିବେ । ଏହି ବିଷୟରେ ସମସ୍ତ କପା ଚାଷୀ ଙ୍କୁ ସଚେତନ କରିବା ନିମନ୍ତେ ଏକ ସଚେତନ ରଥର ଶୁଭାରମ୍ଭ ହୋଇଛି ।