Related Contents

ନାଇର ପଂଚାୟତରେ ମହାସମାଧାନ ଶିବିର

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିସଙ୍କ): ପଦ୍ମପୁର ବ୍ଲକର ନାଇର ପଂଚାୟତ ଠାରେ ଜ଼ିଲ୍ଲାପ୍ରଶାଶନ ତରଫରୁ ଏକ ମହାସମାଧାନ ଶିବର ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ତ୍ରିପାଠୀ,ଗୁଣୁପୁର ଉପ ଜ଼ିଲ୍ଲାପାଳ ଅମ୍ରିତ ଋତୁରାଜ, ପଦ୍ମପୁର ତହସିଲଦାର ଟି ପଦ୍ମନାଭ ଦୋରା, ରାୟଗଡା ଅତିରକ୍ତ କଲେକଟ୍ର ଦେବାଶିଷ କର,ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଗସ୍ତି ପ୍ରଧାନ ନାଇର ସରପଞ୍ଚ ତୁଳାଷ ଶବର ଯୋଗ ଦେଇଥିଲେ | ଏହି ଶିବିରରେ ବହୁ ଷ୍ଟଲ ଖୋଲାଯାଇଥିଲା | ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଯାଇଥିଲା | ବିଶେଷ କରି କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ଗ୍ୟାସ ଯୋଗାଣ ସ୍ୱଛଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ଓ ବ୍ୟବହାର, ନାଇର ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ କ୍ୟାମ୍ପ ଓ ମାଗଣାରେ ଔଷଧ ବିତରଣ କରାଯାଇଥିଲା | ସେହିପରି ଅଙ୍ଗନବାଡି ବିଭାଗ ତରଫରୁ ଶିଶୁ ଓ ଗର୍ଭବତୀ ମହିଳାଙ୍କ ନିମନ୍ତେ ପୃଷ୍ଟିକର ଖାଦ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା | ସମୟ ସୀମା ମଧ୍ୟରେ ଆବାସ ଯୋଜନା ମାଧ୍ୟମରେ ୨ ମାସରେ ଗୃହ ସମ୍ପୂର୍ଣ ବ୍ୟକ୍ତିଙ୍କୁ ୨୦ହଜ଼ାର ଟଙ୍କା ଓ ୪ମାସ ମଧ୍ୟରେ ଗୃହ ସମ୍ପୂର୍ଣ ହିତାଧିକାରୀଙ୍କୁ ୧୦ହଜ଼ାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା | ସରକାରଙ୍କ ଯୋଜନାର କିପରି ଲୋକମାନେ ଲାଭ ପାଇବେ ଓ ଏହାର ଉପଯୋଗ କରିବାନିମନ୍ତେ ଉପ ଜ଼ିଲ୍ଲାପାଳ ଜନସାଧାରଣଙ୍କୁ ଅବଗତ କରାଇଥିଲେ| ଉପସ୍ଥିତ ଜନତାଙ୍କ ଅଭିଯାଗ ଶୁଣି ଏହାର ସମାଧାନ ନିମନ୍ତେ ଆଦେଶଦେଇଥିଲେ | ବିଶେଷ କରି ନାଇର ସରକlରିବନ୍ଧକୁ ଜବରଦଖଲ କାରୀଙ୍କ ଠାରୁ ବାହାରକରି ଏହାର ଉପଯୋଗ ନିମନ୍ତେ ଆଦେଶ ଦେଇଥିଲେ | ଏଥିରେ ଏ ପି ଓ ବିଷିକେଷ ଲିମା, ଯୋଗାଣ ଅଧିକାରୀ, ଜି ପି ଓ, ବହୁ ପଦସ୍ଥ ଅଧିକାରୀ, ପଂଚାୟତ ଏକ୍ସଟନସନ ଅଧିକାରୀ ନରହରି ଦାସ ପ୍ରମୁଖ ଯୋଗଦେଇଥିଲେ | ପରିଶେଷରେ ଉପ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ଅଧିକାରୀ ଲୋକମାନଙ୍କୁ ଅନୁରୋଧକ୍ରମେ ହରିଜ଼ନସାହି ପ୍ରାଥମିକ ସ୍କୁଲର ଦୁରାବସ୍ଥା ଦେଖି ଏହାର ସମାଧାନମତେ କହିଥିଲେ | ବଂଶଧlରl ନଦୀ ଗ୍ରାମର କୁଲ ଖାଉଥିବାରୁ ଅlଡ଼ିବନ୍ଧ ନିମନ୍ତେ ଜଳସମ୍ପଦ ବିଭାଗକୁ ଅବଗତ କରାଇଥିଲେ | ଏହି ସମୟରେ ନାଇର ଗ୍ରାମର ଶ୍ୟାମସୁନ୍ଦର ମହାନ୍ତି ନାରାୟଣ ସାହୁ ବିଜୟ ଶବର ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତଥିଲେ |

Comments are closed.