କୋଡୀଙ୍ଗା ଅଂଚଳ ବାସୀଙ୍କୁ ନବ ନିର୍ବାଚିତ ବାର ଆସୋସିଏସନ ସଭାପତିଙ୍କ ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ପ୍ରତିଶୃତି

କୋଷଗୁମୁଡା ( ସଂଯୁକ୍ତା ରାଉତରାୟ): ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ର କୋଡୀଙ୍ଗା ବଣିକ ସଂଘ କାର୍ଯ୍ୟାଳୟରେ ନବ ନିର୍ବାଚିତ ବାର ଆସୋସିଏସନ ସଭାପତି ନରସିଂହ ତ୍ରିପାଠୀଙ୍କୁ ଆଜି କୋଡୀଙ୍ଗା ଫାଇସାଗୁଡା ନିବାସୀଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଧନା ପ୍ରଦାନ କରାଯାଇଛି |

କୋଡ଼ିଙ୍ଗ ବଣିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି ନରସିଂହ ତ୍ରିପାଠୀ ଯୋଗ ଦେଇଥିଲେ | ଆଇନଜୀବୀ କୁଞ୍ଜବିହାରୀ ଦାସ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ | ଉପସ୍ଥିତ ଗ୍ରାମବାସୀମାନେ କୋଡୀଙ୍ଗା ଠାରେ ହେବାକୁ ଥିବା ଜେଏମଏଫସି କୋର୍ଟ ଶୀଘ୍ର କରାଯାଉ ବୋଲି ଜଣାଇ ଏକ ଦାବି ପାତ୍ର ପ୍ରଦାନ କରିଥିଲେ | କୋଡୀଙ୍ଗା ତହସିଲ କାର୍ଯ୍ୟାଳୟ ପରିସରରେ କ୍ଳାଇଣ୍ଟ ରେଷ୍ଟ ସେଡ କରାଯିବ ପାଇଁ ମଧ୍ୟ ଦାବି ଜଣାଇଥିଲେ | କୋଡୀଙ୍ଗା ଠାରେ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ତ୍ରିପାଠୀ ଦୃଢ ପ୍ରତିଶୃତି ଦେଇଛନ୍ତି | କୋଡୀଙ୍ଗା ତହସିଲ ପରିସରରେ କ୍ଳାଇଣ୍ଟ ରେଷ୍ଟ ସେଡ ଶୀଘ୍ର କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି | ଏହି ସଭାରେ କୋଷଗୁମୁଡା ବ୍ଲକ ବାସୀଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେବେ ବୋଲି ମଧ୍ୟ କହିଛନ୍ତି | ଏହି ସଭାରେ ଓକିଲ ସଂଘର ଉପସଭାପତି ହରି ନାରାୟଣ ବେହେରା, ଯୁଗ୍ମ ସମ୍ପାଦକ ଦାମୋଦର ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ବଦ୍ରି ନାରାୟଣ ସିଂ, ଧର୍ମ ସିଂ, ରାବଣ ରାଓ,ବସନ୍ତ ରଥ, ତୁଳସୀ ସମିରଣ,ଦିଗାମ୍ବର ପାଣିଗ୍ରାହୀ ଆଦି ଅନେକ ବିଦ୍ଧିଜୀବି ସହ ସରପଞ୍ଚ, ସମିତି ସଭ୍ୟ , ସଭ୍ୟା ଓ ଆଇନଜୀବୀ ମାନେ ଉପସ୍ଥିତି ରହିଥିଲେ | ଶେଷରେ ଆଇନଜୀବୀ ଉମେଶ ମିଶ୍ର ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ |

Comments are closed.