ରାଇକିଆ ୟୁକୋ ବ୍ୟାଙ୍କ ର ଅଜବ ନୀତି

0
225

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ,(୧୦/୧୧) : କନ୍ଧମାଳ ଜିଲ୍ଲା ରାଇକିଆ ୟୁକୋ ବ୍ୟାଙ୍କ ରେ ଅଜବ ନୀତି ପାଳନ ହେଉଛି | ଲୋକ ମାନେ ବ୍ୟାଙ୍କକୁ ଯାଇ ଲାଇନ୍ ରେ ଛିଡା ହୋଇ ରହିଥିବା ଦେଖିବାକୁ ମିଳୁଛି ତାହା ପୁଣି କାମ ଟାଇମରେ ବ୍ୟାଙ୍କ ରୁ ହିଁ ଲାଇନ୍ କଟା ହେଇ ଯାଉଛି ।

 

ଲୋକ ମାନେ ରାଇକିଆ ୟୁକୋ ବ୍ୟାଙ୍କ ଭିତରେ ସେମିତି ବହୁ ସମୟ ପର୍ଯ୍ୟନ୍ତ ଜଗି ବସିଥାନ୍ତି । ଯଦି ବି କୌଣସି ଅସୁବିଧା ହେଇଯାଉଛି ତ ଲାଇନ୍ କାମ ଆଗରୁ କରାଯାଉ ନାହିଁ କଣ ପାଇଁ, ଏଇ ପଟେ ଅନ୍ୟ ବ୍ୟାଙ୍କରେ ଲିଙ୍କ୍ ରହିଥିଲା ବେଳେ ୟୁକୋ ବ୍ୟାଙ୍କରେ ଲିଙ୍କ୍ ନାହିଁ ବୋଲି ବୋର୍ଡ ମାରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହିପରି ଭାବେ ଲୋକ ମାନେ ବ୍ୟାଙ୍କ ରେ ହଇରାଣ ହେଉଛନ୍ତି । ଆଧାର କାର୍ଡ ଲିଙ୍କ୍ ପାଇଁ ଦିଆଯାଇଥିଲେ ମଧ୍ୟ ୩ ରୁ ୪ ଦିନ ପରେ ବି ତାହା ଲିଙ୍କ୍ ହୋଇ ପାରୁନି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।

ଜରୁରୀ ଅବସ୍ଥା ସମୟରେ ଲୋକମାନଙ୍କର ଟଙ୍କା ଲୋକମାନେ ପାଇ ପାରୁନାହାନ୍ତି । ଏହି କାରଣରୁ ଲୋକମାନଙ୍କ ମନରେ ଅସନ୍ତୋଷ ଭାବ ସୃଷ୍ଟି ହେଉଛି । ଏହି କାରଣରୁ ଗରିବ ଲୋକମାନେ ବ୍ୟାଙ୍କରେ ଟଙ୍କା ଜମା କରିବାପାଇଁ ପଛ ଘୁଞ୍ଚା ଦେବାର ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟ ସମସ୍ତ ବ୍ୟାଙ୍କରେ ଲାଇନ୍ ଥାଇ କାମ ଚାଲୁଥିବା ସମୟରେ କେବଳ ରାଇକିଆ ୟୁକୋ ବ୍ୟାଙ୍କରେ ଲାଇନ୍ ନ ଥିବାର ଦେଖିବାକୁ ମିଳିଛି।