Friday, March 29, 2024

Top 5 This Week

Related Posts

ପାଞ୍ଚ ଶହ ବସ୍ତା ଚାଉଳ ଥିବା ଟ୍ରକ ଜବତ ସହ ଡ୍ରାଇଭର ଅଟକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୯/୧୧) : ପୋଲିସ ଦ୍ୱାରା ପାଞ୍ଚ ଶହ ବସ୍ତା ଚାଉଳ ବୋଝେଇ ଟ୍ରକ ଜବତ କରି ଡ୍ରାଇଭରକୁ ଥାନାରେ ଅଟକ ରଖି ସବିଶେଷ ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସଲଣ୍ଡି ପଞ୍ଚାୟତ ଅଧୀନସ୍ଥ ଉଡିଙ୍ଗ ଓ ଲଥାକେନ୍ଦ ମଝିରେ ଥିବା ଶ୍ୟାମ ଜୀ ମିଲ କୁ ରାତି ସମୟ ୨ ଟାରେ ଏକ ଦଶଚକିଆ ଟ୍ରକ ନମ୍ବର (ଓ ଆର୍ ୪୭ ଏସ୍ ୩୨୦୨) ରାଉରକେଲା ରୁ ପାଞ୍ଚ ଶହ ବସ୍ତା ଚାଉଳ ନେଇ ଆସୁଥିବା ବେଳେ ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା ଚଢ଼ାଉ କରି ଥାନା କୁ ଆଣିଥିଲେ ଓ ଡ୍ରାଇଭର ସୁରେଶ ଯାଦବ (୨୨) ପୋଲିସ ଚାଉଳ ବୋଝେଇ ଟ୍ରକ ସହ ଡ୍ରାଇଭର କୁ ଥାନା ରେ ଅଟକ ରଖି ଜେରା କରୁଥିବା ଜଣାଯାଇଛି ।

ସେହି ଟ୍ରକ୍ ଭିତରେ ୫୦ କେଜି ଓଜନ ର ୫୦୦ ବସ୍ତା ଚାଉଳ ଥିବା ଜଣାପଡିଛି । ଏଠି ପ୍ରଶ୍ନ ଉଠୁଛି ଯେ ଗତ ବର୍ଷ ବେଲପଡା ଅଞ୍ଚଳ ରେ ବହୁତ ପରିମାଣରେ ଧାନ ଫସଲ ହୋଇଥିଲା ଏବଂ ଧାନ ବିକ୍ରି ନ ହୋଇ କମ ମୂଲ୍ୟରେ ବିକ୍ରି କରିଥିଲେ । କିନ୍ତୁ କେଉଁ କାରଣରୁ ମିଲର୍ସ ଅନ୍ୟ ସ୍ଥାନରୁ ଚାଉଳ ଆଣୁଛନ୍ତି ତାହା ସନ୍ଦେହ ସୃଷ୍ଟି ହେଉଛି । ମାମଲା ରଫାଦଫା କରିବା ପାଇଁ ଶ୍ୟାମ ଜୀ ମିଲ ମାଲିକ ଵେଲପଡା ଥାନା କୁ ଆସିଥିଲେ । କିନ୍ତୁ କାଗଜପତ୍ର ଠିକ୍ ଭାବରେ ଦେଖାଇ ନ ଥିବାରୁ ପୁଣି ଚାଲି ଯାଇଥିଲେ । ଏବେ ଟ୍ରକ କୁ ଜବତ କରି ଡ୍ରାଇଭର ଥାନା ରେ ଅଟକ ଥିବା ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି ।

ଏ ବିଷୟରେ ବେଲପଡା ଯୋଗାଣ ଅଧିକାରୀ ଙ୍କୁ ଫୋନ ଯୋଗେ ଆମେ ପ୍ରଶ୍ନ କରିଥିବା ବେଳେ ସେ କହିଲେ କି ତାହା ପିଡିଏସ ଚାଉଳ ନୁହେଁ ଓ ତାହା ଥାନା ଅଧିକାରୀ ତଦନ୍ତ କରିବେ । ଏହି ଘଟଣାର ପୁଙ୍ଖା ନୁ ପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣ ତରଫରୁ ଦାବି ହେଉଛି ।

Popular Articles