Related Contents

ଗୁହାଳ ନିର୍ମାଣ ନିମନ୍ତେ ଏଗାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେଲେ ବିଡ଼ିଓ

ମ.ରାମପୁର (ଡିଙ୍ଗର କିଶୋର ସାହୁ): ଜାଣିଶୁଣି ଗ୍ରାମପଞ୍ଚାୟତ ଗୁହାଳ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ଦେଇ ନ ଥିବା ଏଗାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେଲେ ବିଡ଼ିଓ ।

ଆଜି ରବିବାର ସତ୍ତ୍ୱେ ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରି ବମକ ଗ୍ରାମ ଗସ୍ତରେ ଯାଇ ଗ୍ରାମର ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ୨୦୧୭ ମସିହାରେ ଗାଈ ଓ ଛେଳି ଗୁହାଳ ପାଇବା ତାଲିକା ଥିବା ଏଗାର ହିତାଧିକାରୀଙ୍କୁ ସରପଞ୍ଚ କାର୍ଯ୍ୟାଦେଶ ଦେଇ ନ ଥିବାର ଅଭିଯୋଗ ପରେ ମ.ରାମପୁର ବିଡ଼ିଓ ଆଜି ଗାଁକୁ ଯାଇ କାର୍ଯ୍ୟାଦେଶ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ। ସଭାରେ ଲୋକେ ଅଭିଯୋଗ କରିଥିଲେ ଯେ ଯାହାର ଗାଈ ଗୋରୁ, ଛେଳି ଅଛି ,ସେ ଗୁହାଳ ନ ପାଇ ଗାଈଗୋରୁ, ଛେଳି ନ ଥିବା ଲୋକ, ୱାର୍ଡ ମେମ୍ବର ତଥା ସରପଞ୍ଚଙ୍କ ନିଜ ଲୋକ ଗୁହାଳ ପାଇଛନ୍ତି। ଏ ବିଷୟରେ ଆମେ ବିଡ଼ିଓ ଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।

ବମକ ଗ୍ରା.ପ.ରେ ଯୋଗାଣ ସହାୟକ, ସରପଞ୍ଚ ମନମୁଖୀ ଭାବେ ନିଜ ଲୋକଙ୍କୁ ରଖିଥିବା ଲୋକେ ଅଭିଯୋଗ କରିଥିଲେ। ସେ ପଚାଶ କିଲୋଗ୍ରାମ ଚାଉଳ ପରିବର୍ତ୍ତେ ଗୋଟିଏ ପ୍ୟାକେଟ ଚାଉଳ ନେବାକୁ ଲୋକଙ୍କୁ ବାଧ୍ୟ କରୁଛନ୍ତି, ଯାହା ଅତି ବେଶୀରେ ଛୟାଲିସ କି ସତଚାଲିସ କିଲୋଗ୍ରାମ ହେଉଛି। ତେଣୁ ବିଜ୍ଞପ୍ତି ଜାରୀ କରି ଯୋଗାଣ ସହାୟକ ଚୟନ କରିବା ପାଇଁ ଆପତ୍ତି କରିଥିଲେ। ଗୋଟିଏ ସରକାରୀ ପଦବୀ ରିଜୋଲେସନ ରେ କିପରି ରଖାଗଲା ପଚାରିବାରୁ ସେ ସବକଲେକ୍ଟଟର ଙ୍କ ଆଦେଶ ମତେ ଖୁବଶୀଘ୍ର ବିଜ୍ଞପ୍ତି ଘୋଷଣା କରାଯିବ ବୋଲି କହିଛନ୍ତି।

Comments are closed.