Related Contents

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ- ୧୨ଗ୍ରାମପଂଚାୟତ-୧୯୫ଗୋଟି ପ୍ରକଳ୍ପ-୪କୋଟି ଟଙ୍କା ଅନୁମୋଦନ

ମୁରୀବାହଲ (ଭଗବାନ ମହାନ୍ତି/ନିମାଇଁ ବଘାର): ବଲାଙ୍ଗୀର ଜିଲ୍ଲା ମୁରୀବାହଲ ପଂଚାୟତ ହାଇସ୍କୁଲ ଖେଳପଡିଆ ଠାରେ ଶନିବାର ଦିନ ରାଜ୍ୟ ସରକାର ଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ ବିକାଶ ପାଇଁ ୧୯୫ଗୋଟି ପ୍ରକଳ୍ପ କୁ ଅନୁମୋଦନ କରି ୪କୋଟି ଟଙ୍କା ମଂଜୁର କରିଛନ୍ତି | ଏହି ପରିପ୍ରେକ୍ଷୀରେ ମୁରୀବାହଲ ବ୍ଲକର ୨୨ଗୋଟି ଗ୍ରାମପଂଚାୟତର ନିର୍ବାଚିତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବିଭିନ୍ନ ବିଭାଗର କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମରେ ଭାଗନେଇଥିଲେ | ଓଡ଼ିଶାର ୧୪ଗୋଟି ବ୍ଲକ ମଧ୍ୟରୁ ମୁରୀବାହଲ ବ୍ଲକ୍କୁ ମଧ୍ୟ ହାତକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଜେକ୍ଟର ମାଧ୍ୟମରେ ପ୍ରଥମେ ମଂଜୁର ହୋଇଥିବା ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର ଓ ଠିକ ଭାବରେ କରିବା ପାଇଁ ଜଣାଇଥିଲେ, ତା ପରେ ୧୯୫ଗୋଟି ପକଳ୍ପକୁ ମଞ୍ଜୁରୀ ପ୍ରଦାନ କରି ୪କୋଟି ଟଙ୍କା ଅନୁମୋଦନ କରିଥିଲେ | ଏହା ପୂର୍ବରୁ ମୁରୀବାହଲରେ ରାଜ୍ୟସରକାର ପକ୍ଷରୁ କାର୍ଯ୍ୟକ୍ଷମ ହୋଇଥିବା ଆଦର୍ଶ ବିଦ୍ୟାଳୟ ଗୁଡିଘାଟ ଗ୍ରମନିକଟରେ ନିର୍ମାଣ ହୋଇଥିବା ନୂତନ ବିଦ୍ୟୁତ ସ୍ଵଷ୍ଟେସନ, ଇଚ୍ଛାପଡା ଗ୍ରାମରେ ନିର୍ମାଣ ହୋଇଥିବା ସେତୁ ଓ ଅନେକ ପୋଖରୀ ସମ୍ବନ୍ଧରେ ପ୍ରଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା |

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ହଜି ମହମ୍ମଦ ଆୟୁବ ଖାଁ , ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ, ଟିଟିଲାଗଡ଼ ଉପ ଜିଲ୍ଲାପାଳ ସୁଧାକର ନାୟକ, ମୁରୀବାହଲ ବ୍ଲକ ଅଧ୍ୟକ୍ଷ ହଂସ ରାଜ ଯାଇଁ, ତହସିଲଦାର ଜୟନ୍ଦ୍ର କୁମାର ସେଠି, ବ୍ଲକ ଉପାଧ୍ୟକ୍ଷ ସୁନ୍ଦର ମାଟି ବଗ, ଓ ସାଂସଦଙ୍କ ପ୍ରତିନିଧି ନିମାଇଁ ଚରଣ ବାଘର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଦକ୍ଷେପ କୁ ସ୍ୱାଗତ କରିବା ସହ ଅନେକ ଦିନରୁ ପଡିରହିଥିବା ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର ସମ୍ପାଦନ ହୋଇପାରିବ ବୋଲି ଜଣାଇଥିଲେ |

ଏହି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ମୁରୀବାହଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବ୍ଲକ ପ୍ରୋଗ୍ରାମ ଅର୍ଗାନାଇଜର ଶଙ୍କର ଖଲନ, ଜିପିଓ ଅଲେଖ ସୁନା, ଓ ବ୍ଲକ ସମସ୍ତ କର୍ମଚାରୀ ସହଯୋଗ କରିଥିବା ନେଇ ବ୍ଲକ ବିଜୁ ଯୁବ ବାହିନୀ ର ଆବାହକ ପବିତ୍ର ଭୋଇଙ୍କ ନେତୃତ୍ୱରେ ଅନେକ ଯୁବକ ଓ ଯୁବତୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ |

Comments are closed.