ବରପାଲି ସିରିଡ଼ି ସାଇ ମନ୍ଦିରର କୁମ୍ଭଭରଣ ମହୋତ୍ସବ-ହଜାର ହଜାର ଭକ୍ତଙ୍କ ସମାଗମ

ବରପାଲି (ବାଳ କିଶୋର ଖାଡ଼ଙ୍ଗା ): ବରପାଲି ଶ୍ରୀ ସିରିଡ଼ି ସାଇ ସଂସ୍ଥା ପକ୍ଷରୁ ନିର୍ମାଣଧୀନ ସିରିଡ଼ି ସାଇ ମନ୍ଦିରର ଆଜି କୁମ୍ଭଭରଣ ବା ରତ୍ନମୁଦ ମହୋତ୍ସବ ପାଳିତ ହୋଇଯାଇଛି |

ଆଜି ପବିତ୍ର ଗୁରୁପୂର୍ଣ୍ଣମୀ ଦିନ ବରପାଲି -ସୋହେଲା ରାସ୍ତାର କେନାଲ ଛକ ଠାରେ ନିର୍ମାଣଧୀନ ସିରିଡ଼ି ସାଇ ମନ୍ଦିରର କୁମ୍ଭଭରଣ ଉତ୍ସବ ପାଳିତ ହୋଇଛି | ଏହି ଅବସରରେ ସକାଳ ୮ଟାରେ ପୂଜାର୍ଚ୍ଚନା ପରେ ହୋମ ଓ ଆରତୀ କରାଯିବ ପରେ ପ୍ରାୟ ୧୧ଟା ସମୟରେ କୁମ୍ଭଭରଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଧାନ, ସୁନା, ଆଦି ଦାନ କରିଥିଲେ | ଏହି କାର୍ଯ୍ୟରେ ଡ଼. ସୁବ୍ରତ କୁମାର ମୁଣ୍ଡ ଓ ଶ୍ରୀମତୀ ସୁନିତା ମୁଣ୍ଡ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ | ଏହି ମହୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ଡ଼. ପ୍ରଭାସ କୁମାର ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ ,ବିଜେଡି ନେତା ପ୍ରଭାଦିତ୍ୟ ମିଶ୍ରଙ୍କ ସମେତ ପ୍ରାୟ ୧୦ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ | ଏହା ପରେ ସମସ୍ତ ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟରେ ସିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ଶ୍ରୀ ଗୋକୁଳାନନ୍ଦ ସ୍ୱାଇଁ, ଡ଼. ରାଧେଶ୍ୟାମ ଅଗ୍ରୱାଲ, ପରମାନନ୍ଦ ସ୍ୱାଇଁ, ଗଦାଧର ସିଂ, ରାଜକିଶୋର ମହତ୍ତମ, ଗଜରାଜ ଗହୀର, ସରୋଜ ତ୍ରିପାଠୀ, ବାଳ କିଶୋର ଖାଡ଼ଙ୍ଗା, ପ୍ରଦୀପ ପଟ୍ଟନାୟକ, ଗିରିଧାରୀ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ତ୍ରିପାଠୀ, ବନ୍ତ ସେଠ ପ୍ରମୁଖ ଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ସକ୍ରିୟ ଅଂଶ ଗ୍ରହଣ କରିଥିଲେ |

Comments are closed.