ଚନ୍ଦକା ଥାନା ଅଧିକାରୀ ଙ୍କୁ ଟ୍ରାଫିକ ଥାନାକୁ ବଦଳି

0
131

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୮/୧୧) : କମିଶନରେଟ ପୁଲିସରେ ଶନିବାର ଦିନ ଛୋଟ ଧରଣର ଅଦଳବଦଳ କରାଯାଇଛି । ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଙ୍କୁ ଟ୍ରାଫିକ ଥାନାକୁ ବଦଳି କରାଯାଇଥିବା ବେଳେ ଟ୍ରାଫିକ ଥାନା ଇନ୍ସପେକ୍ଟର ସୁରେନ୍ଦ୍ର ବଳଙ୍କୁ ଚନ୍ଦକା ଥାନାକୁ ବଦଳି କରାଯାଇଛି ।

ଚନ୍ଦକା ଥାନା ଅଧିକାରୀ ଓ ଟ୍ରାଫିକ ଥାନା ଅଧିକାରୀ ନିଜ ନିଜର ପୁରୁଣା ମାମଲା କୁ କ୍ଲୋଜ କରି ଖୁବଶୀଘ୍ର ନିଜ ନିଜ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି । ଅନ୍ୟପଟେ ଶ୍ରୀ ବଳ ଦୀର୍ଘ ୬ ବର୍ଷରୁ ଅଧିକ ହେବ ଟ୍ରାଫିକ ଥାନା ଦାୟିତ୍ୱରେ ରହିଛନ୍ତି । ସେ ଯେତେବେଳେ ଟ୍ରାଫିକ ଥାନା ଦାୟିତ୍ୱ ନେଲେ, ସେତେବେଳେ ସହରରେ ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ପଡ଼ିଥିଲା ।

ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗତିପଥ ଅସୁରକ୍ଷିତ ହୋଇପଡିଥିଲା । ଏଭଳି କଠିନ ସମୟରେ ସେ ଟ୍ରାଫିକ ଦାୟିତ୍ୱ ନେଇ ସୁଚାରୁ ରୂପେ ତୁଲାଇଥିଲେ । ଏଥି ସହିତ ଭୁନନେଶ୍ୱର ର ଦୁର୍ଗାପୂଜା ଭଷାଣି ଭଳି ଏକ ବଡ଼ ଟ୍ରାଫିକ ସମସ୍ୟା କୁ ସେ ସମ୍ଭାଳି ଥିଲେ । ବିଶେଷ କରି ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ଙ୍କ ଗସ୍ତ ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ସେ ଏହାକୁ ମଧ୍ୟ ଠିକ ଭାବେ ପରିଚାଳନା କରିପାରିଥିଲେ । ତେଣୁ କମିଶନରେଟ ପୋଲିସ ତାଙ୍କୁ ହଟାଇ ଆଉ କାହା ଉପରେ ଭରଷା କରିପାରି ନ ଥିଲା । ଫଳରେ ତାଙ୍କୁ ଟ୍ରାଫିକ ରୁ ଅନ୍ୟତ୍ର ବଦଳି କରାଯାଇ ନ ଥିଲା ।

ତେବେ ଏବେ ତାଙ୍କର ପଦୋନ୍ନତି ସମୟ ପାଖେଇ ଆସିବାରୁ ତାଙ୍କୁ ଚନ୍ଦକା ଥାନାକୁ ବଦଳି କରାଯାଇଛି । ଚନ୍ଦକା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଥାନା ଭାବେ ପରିଚିତ । ସେଠାରେ ସେ ଦକ୍ଷତାର ସହ କାମ କରିବେ ବୋଲି ଆଶା କରାଯାଉଛି । ଅନ୍ୟ ପଟେ ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଅପରାଧୀଙ୍କୁ ଧରିବାରେ ମାହିର । ସେ ଜମି ମାଫିଆ ହୁଅନ୍ତୁ କି ପେଶାଦାର ଅପରାଧୀ । ଦୁଇ ଇନ୍ସପେକ୍ଟରଙ୍କ ରହିଛି ଭଲ ଦକ୍ଷତା ଓ ପାରଦର୍ଶିତା ।

ଅନ୍ୟପଟେ କମିଶନରେଟ ପୁଲିସରେ ଅନେକ ଥାନାରେ ଇନ୍ସପେକ୍ଟର ନାହାନ୍ତି । ଇନ୍ସପେକ୍ଟର ମାନଙ୍କ ଡିଆଇଜି ପାହ୍ୟାକୁ ପଦୋନ୍ନତି ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନେ ଥାନା ମାଡି ବସିଛନ୍ତି ।