ଲୁହାଚକ ଲଗା ଟ୍ରାକ୍ଟର ଚପାଇ ଯୁବକକୁ ହତ୍ୟା ନେଇ ଥାନାରେ ମକଦ୍ଦମା : ଅଭିଯୁକ୍ତ ଗିରଫ

0
231

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୧୭/୭) : ବିନିକା ଥାନା ଅଧିନସ୍ଥ ବାଙ୍କୀଘିର୍ଡି ଅନ୍ଧ୍ରାଡେରାରେ ଜଣେ ଯୁବକକୁ ଲୁହାଚକ ଲଗା ଟ୍ରାକ୍ଟରରେ ଚପାଇ ହତ୍ୟାକାରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ହେଲେ ବରଗଡ ଜିଲ୍ଲା ଅଟବିରା ଥାନା ଅନ୍ତର୍ଗତ ପରମାନପୁର ଗ୍ରାମର ଡ଼ି.କାଶୀ ବିଶ୍ୱନାଥ (୪୦) ।32b477f2 83bd 4b5d bcb3 40a55b192180 ଲୁହାଚକ ଲଗା ଟ୍ରାକ୍ଟର ଚପାଇ ଯୁବକକୁ ହତ୍ୟା ନେଇ ଥାନାରେ ମକଦ୍ଦମା : ଅଭିଯୁକ୍ତ ଗିରଫ

ଗତ ୧୪ ତାରିଖରେ ପାରିବାରିକ ଗଣ୍ଡଗୋଳର ସମାଧାନ କରିବା ପାଇଁ ତାଙ୍କ ସହିତ ଅନ୍ୟମାନେ ମଧ୍ୟ ଉକ୍ତ ଗ୍ରାମକୁ ଆସିଥିଲେ । ସେଠାରେ ଆଲ୍ଲା ସତ୍ୟ ନାରାୟଣ ନାମକ ବ୍ୟକ୍ତି ରାଗିଯାଇ ଲୁହାଚକ ଲଗା ଟ୍ରାକ୍ଟର ତାଙ୍କ ଓ ଅନ୍ୟ ମାନଙ୍କ ଦେହରେ ଚପାଇ ଦେଇଥିଲେ । ଏଥିରେ ଡ଼ି . କାଶୀ ବିଶ୍ୱନାଥ ଓ ଟି . ଲଷ୍ମୀ ଅତି ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଡ଼ି . କାଶୀ ବିଶ୍ୱନାଥ ର ମୃତ୍ୟୁହୋଇଯାଇଥିବାବେଳେ ଟି . ଲଷ୍ମୀ ଚିକିତ୍ସାଧିନ ଅଛନ୍ତି ।

ଡ଼ି କାଶୀ ବିଶ୍ୱନାଥ ର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଗତ କାଲି ସନ୍ଧ୍ୟାରେ ମୃତକର କାକା ଡ଼ି ରାମବାବୁ ପ୍ରାୟ ୫୦ଜଣକୁ ଧରି ବିନିକା ଥାନାକୁ ଆସି ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି ।

ପୁଲିସ ଏ ସମ୍ପର୍କରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତ ଆଲ୍ଲା ସତ୍ୟ ନାରାୟଣ କୁ ଗିରଫ କରି କୋଟକୁ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ପବିତ୍ର ସାହୁ ପ୍ରକାଶ କହିଛନ୍ତି ।