Related Contents

କଲିକତାରେ ଧୁମ ମଚାଇଲେ ପଞ୍ଚମର କଳାକାର

ବଲାଙ୍ଗୀର: ପବିତ୍ର ରଥଯାତ୍ରା ଅବସରରେ ଉତ୍କଳ ଜଗନ୍ନାଥ ସେବା ସମିତି କଲିକତା ପକ୍ଷରୁ ଆୟୋଜିତ ଶ୍ରୀକ୍ଷେତ୍ର ମହୋତ୍ସବରେ ବଲାଙ୍ଗୀରର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ପଂଚମର କଳାକାର ମାନେ ଯୋଗଦାନ କରି ପଶ୍ଚିମ ଓଡ଼ିଶାର ଲୋକଗୀତ ଓ ଲୋକନୃତ୍ୟ ପରିବେଷଣ କରି ହାଜର ହଜାର ଦର୍ଶକ ଙ୍କ ମନମୋହି ନେଇ ଥିଲେ |

କଲିକତା କାକୁର୍ଗଛି ସ୍ଥିତ ଏ ପି ସି ପାର୍କରେ ଗତ ଜୁଲାଇ ୧୪ରୁ ୨୨ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ପଂଚମର କଳାକାର ଗୁରୁଶ୍ରୀ ହୋଊର କିଶୋର ମହାପାତ୍ର, ମୁରଲୀଧରି ପାଟି , ଶ୍ରୀକାନ୍ତ ଦାସ, ଚୈତନ୍ୟ ମଟାରି, କାଳିଆ ରାମ ସାହୁ, ପ୍ରିୟଙ୍କା ରଥ,ପ୍ଳାବିକା ରଥ, ଆସୁ, ଜିତୁ, ସୁନୀଲ , ଶିବ, ବିନୋଦ, ସୋନୁ, ନୀଲୀପ, ସୁଦାମ, ଐଶ୍ୱର୍ଯ୍ୟା, ଶ୍ୱେତଲୀନ, ଶୁଭଶ୍ରୀ, ଶ୍ୱେତ ପ୍ରମୁଖ ଯୋଗଦେଇ ପଶ୍ଚିମ ଓଡ଼ିଶାର ଲୋକଗୀତ, ଲୋକନୃତ୍ୟ ଇତ୍ୟାଦି ପରିବେଷଣ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ | ପ୍ରତ୍ୟେକ ବର୍ଷ ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଓଡ଼ିଶାର ଲୋକନୃତ୍ୟ ଓ ସଂସ୍କୃତିକୁ କଲିକତା ଭଳି ସହରରେ ଜଗନ୍ନାଥ ସେବା ସମିତି ଆୟୋଜନ କରି ଏ ଅଂଚଳର କଳାକାର ମାନଙ୍କୁ ପ୍ରାତ୍ସାହିତ କରି ଆସୁଛି |

Comments are closed.