Related Contents

କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ-ପ୍ରେମୀ ଯୁଗଳଙ୍କ ହତ୍ୟା ଘଟଣାର ୫ ଅଭିଯୁକ୍ତ ଗିରଫ

କୋରାପୁଟ, (ଜିଲ୍ଲା ପ୍ରତିନିଧି) ତା. ୨୫/୭। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଚିଲିଗୁଡା ନିକଟସ୍ଥ ରେଳ ଧାରଣା ନିକଟରେ ଗତ ୨୧ ତାରିଖ ସକାଳ ସମୟରେ ଜଣେ ଯୁବକ ଓ ଯୁବତୀ ଙ୍କ ମୃତଦେହ ପଡିଥିବା ଖବର ପାଇ କୋଟପାଡ଼ ପୁଲିସ ଓ ଜି.ଆର୍.ପି.,କୋରାପୁଟ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ ।

ମୃତକଙ୍କ ନାମ ପର୍ଶୁରାମ ମୁଦୁଲି ଓ ଧନମତି ମୁଦୁଲି ଉଭୟ ମୁଣ୍ଡିପଦର ଗ୍ରାମର ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା ।ଗତ ୨୦ ତାରିଖ ଦିନ ୨ଟା ସମୟରେ ଧନମତି ନିକଟସ୍ଥ ହାଟକୁ ଯାଇ ଆଉ ଫେରି ନ ଥିଲେ ।ପର୍ଶୁରାମ ଓ ଧନମତିଙ୍କ ପ୍ରେମକୁ ବିରୋଧ କରି ଧନମତିଙ୍କ ବାପା ଓ ଭାଇ ମିଶି ଉଭୟଙ୍କୁ ହତ୍ୟା କରିଥିବା ବିଷୟ ଆଜି କୋରାପୁଟ ଏସ୍. ପି. ଶ୍ରୀ କନ୍ଓର ବିଶାଲ ସିଂ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି।

Comments are closed.