Thursday, August 6, 2020
Home National News ବୈତରଣୀ, ବ୍ରହ୍ମଣୀ ସୁବର୍ଣ୍ଣରେଖା ଓ ଜଳକାରେ ବଢୁଛି ଜଳସ୍ତର : ମହାନଦୀରେ ଆସିପାରେ ମଧ୍ୟମ ଧରଣର...

ବୈତରଣୀ, ବ୍ରହ୍ମଣୀ ସୁବର୍ଣ୍ଣରେଖା ଓ ଜଳକାରେ ବଢୁଛି ଜଳସ୍ତର : ମହାନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା

ଲଗାଣ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର ।

ଭୁବନେଶ୍ୱର (ମୋହିତ ତ୍ରିପାଠୀ):  ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୧୫ ଦଶମିକ ୫୬ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି । ଆସନ୍ତାକାଲି ହୀରାକଦୁର ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । କେତୋଟି ଗେଟ ଖୋଲାଯିବ ତାହା ସ୍ପଷ୍ଟ ହୋଇନାହି ।ଗତକାଲି ସକାଳ ୬ଟା ସୁଦ୍ଧା ମୁଣ୍ଡଳି ନିକଟରେ ସେକେଣ୍ଡ ପ୍ରତି ୫୮ ହଜାର ୨୦୦ କୁସ୍ୟେକ ଜଳ ପ୍ରବାହିତ ହେଉଥିବା ବେଳେ ମାତ୍ର ୨୪ ଘଂଟା ଭିତରେ ଏହା ୬ ଲକ୍ଷ ୮୩ ହଜାର କ୍ୟୁସେକ ଜଳକୁ ବୃଦ୍ଧି ପାଇଛି । ଲଘୁଚାପ ଜନିତ ଗଲାଣ ବର୍ଷା ଯୋଗୁ ପ୍ରାୟ ସବୁ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବାଲେଶ୍ୱର ଜିଲ୍ଲାଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଧିରେ ଧିରେ ହ୍ରାସ ପାଉଛି । ହେଲେ ଏବେ ବି ବିପଦ ସଂକେତ ଉପରେ ବନ୍ୟାଜଳ ବହୁଛି ।ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବିପଦ ସଂକେତ ଛୁଇଁଛି ବୈତରଣୀ । ଏଠାରେ ନଦୀର ବିପଦ ସଂକେତ ୧୭. ୮୩ ଫୁଟ ଥିବା ବେଳେ ଜଳସ୍ତର ବିପଦ ସଂକେତ ପାଖରେ ରହିଛି । ଆନନ୍ଦପୁର ଠାରେ ନଦୀର ବିପଦ ସଂକେତ ୩୮. ୩୬ ଥିବା ବେଳେ ଜଳସ୍ତର ଏବେ ୩୭.୦୮ ଫୁଟରେ ପ୍ରବାହିତ ହେଉଛି । ବୈତରଣୀ ବିପଦ ସଂକେତ ଛୁଇଁବା ଦ୍ୱାରା ଆଉ ୨ରୁ ୩ ଘଂଟା ମଧ୍ୟରେ ଭଣ୍ଡାରୀ ପୋଖରୀ ଓ ଧାମନଗରର ବିଭିନ୍ନ ପଂଚାୟତରେ ପାଣି ପଶିବାର ଆଶଙ୍କା ରହିଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ତଳିଆ ଅଂଚଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛି ।ବର୍ଷା ପାଣିରେ ବୁଡିଛି ପରିବା ଜମି । ସେପଟେ ଯାଜପୁରରେ ହେକ୍ଟର ହେକ୍ଟର ଧାନ ବିଲରେ ପାଣି ଜମି ରହିଛି । ଧର୍ମଶାଳ ବ୍ଲକର ବିଭିନ୍ନ ଅଂଚଳରେ ବର୍ଷା ପାଣି ଜମି ରହିଛି । ଫଳରେ ଧାନ ଜମି ନୁହେଁ ପନିପରିବା ଚାଷ ମଧ୍ୟ ଉଜୁଡି ଯିବାର ସମ୍ଭବାନ ରହିଛି ।ମହାନଦୀରେ ଆସିପାରେ ବନ୍ୟା । ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି କହିଛନ୍ତି । ଆଜି ସଂନ୍ଧ୍ୟା ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଜରୁରୀ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: