Related Contents

ଭୁସୁଡ଼ିଗଲା ଶ୍ରେଣୀ ଗୃହ ଓ କାନ୍ଥ – କୋଷଗୁମୁଡା

କୋଷଗୁମୁଡା ( ସଂଯୁକ୍ତା ରାଉତରାୟ): ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକର ତେଲିଗୁଡା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଭୁଶୁଡି ପଡିଛି |

ଲଘୁଚାପ ଜନିତ ବର୍ଷ ଯୋଗୁଁ ସାରା ଜିଲ୍ଲାରେ ବର୍ଷ ଲାଗିରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ସନ୍ତୋଷପୁର ପଂଚାୟତ ଅନ୍ତର୍ଗତ ତେଲି ଗୁଡା ପ୍ରାଥମିକ ବିଦ୍ୟାଳୟରେ ଗତ ଶନିବାର ସକାଳ ସ୍କୁଲ ଚାଲିଥିବା ବେଳେ ସକାଳ ୯ଟା ସମୟରେ ପୁରାତନ ଶ୍ରେଣୀଗୃହର ଛାତ ଵିମ ଭୁଶୁଡି ପଡିଥିଲା | ଅଳ୍ପକେ ଛାତ୍ରଛାତ୍ରୀ ମାନଙ୍କ ଜୀବନ ବଂଚି ଯାଇଥିବାର ସ୍କୁଲର ପ୍ରଧାନ ଶିକ୍ଷକ ଦୀପକ ନାୟକ କହିଛନ୍ତି | ମଧ୍ୟାହ୍ନ ଭୋଜନ ସମୟରେ ଯଦି ଏହି ଭଳି ଘଟଣା ହୋଇଥାନ୍ତା ତାହେଲେ କିଛି ପିଲାମାନଙ୍କର ଜୀବନ ଦୀପ ଲିଭିଯାଇଥାନ୍ତା ବୋଲି ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଜଗନ୍ନାଥ ବାରିକ କହିଛନ୍ତି | ଏଭଳି ବିପଦ ସଂକୁଳ ଶ୍ରେଣୀ ଗୃହ ବିଦ୍ୟାଳୟ ପରିସର ମଧ୍ୟରେ ଥିଲେ ଅଭାବନୀୟ ଘଟଣା ଘଟିପାରେ, ତେଣୁ ଉପରିସ୍ଥ ଅଧିକାରୀ ମାନେ ଦୃଷ୍ଟି ଦେବା ଦରକାର ବୋଲି ଅଂଚଳ ବlସି ଦାବି କରିଛନ୍ତି | ସେହିଭଳି ରଜୋଡା ପଂଚାୟତର ଚୁରବୁନ୍ଦା ଗ୍ରାମରେ ଆଜି ସକାଳ ୬ଟାରେ ତିଲୋତ୍ତମା ଗୌଡ଼ (୫୮) ଘରର କାନ୍ଥ ଭାଙ୍ଗି ଯାଇଛି | ତାଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି | ଅଧିକ କିଛି କ୍ଷୟ କ୍ଷତି ହୋଇନାହିଁ ବୋଲି କୋଡୀଙ୍ଗା ତହସିଲଦାର ଶ୍ରୀ ପୁର୍ଣ ଚନ୍ଦ୍ର ଜେନା କହିଛନ୍ତି | ବର୍ତ୍ତମାନ କ୍ଷେତ୍ର ପରିଦର୍ଶକ ସଜାଗ ଅଛନ୍ତି , ପରିସ୍ଥିତିର ମୁକାବିଲା କରିବାପାଇଁ ବୋଲି ଶ୍ରୀ ଜେନା କହିଛନ୍ତି |

Comments are closed.