Friday, August 14, 2020
Home Development ଭେଳା ମାଧ୍ୟମରେ କଲ୍ୟାଣୀ ନଦୀ ପାରିକୁ ଜ଼ିଲ୍ଲାପ୍ରଶାସନର ମନା

ଭେଳା ମାଧ୍ୟମରେ କଲ୍ୟାଣୀ ନଦୀ ପାରିକୁ ଜ଼ିଲ୍ଲାପ୍ରଶାସନର ମନା

ରାୟଗଡା ଜ଼ିଲ୍ଲା ପ୍ରତିନିଧି( ଅମୁଲ୍ୟ ନିଶଙ୍କ) : ଭେଳା ମାଧ୍ୟମରେ ନଦୀଗର୍ଭକୁ ଚଳାଚଳ କରିବାପାଇଁ ଜ଼ିଲ୍ଲା ପ୍ରଶାସନ ନିଷିଦ୍ଧ ଘୋଷଣା କରିଛନ୍ତି | ଭେଲାରେ ନଦୀ ପାରି ସମୟରେ ବହୁ ଦୁର୍ଘଟଣାମାନ ଘଟି ବହୁ ଲୋକ ମୃତ୍ୟୁ ବରଣ କରିଥାନ୍ତି | କଲ୍ୟାଣୀ ନଦୀରେ ବାରମ୍ବାର ବିପଦସଂଙ୍କୁଳ ଅବସ୍ଥାରେ ଭେଳା ମାଧ୍ୟମରେ ସ୍କୁଲ ଛାତ୍ର ଛାତ୍ରୀ, ରୋଗୀ ,ଗର୍ଭବତୀ ମହିଳାଙ୍କୁ ପାର କରିବାର ନଜରକୁ ଆସିବାପରେ ଜ଼ିଲ୍ଲା ପ୍ରଶାସନ ଏହି ନିଷ୍ପତି ଗ୍ରହଣ କରିଛନ୍ତି |

ଏକ ଖବରଦାତା ସମ୍ମିଳନୀରେ ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର କଲ୍ୟାଣୀ ନଦୀ ଉପରେ ଭେଳା ମାଧ୍ୟମରେ ପାର କରିବା ବୋଟ ଚାଲାଣ ନିୟମ ଅନୁଶାରେ ନିଷିଦ୍ଧ କରିଛନ୍ତି | ଏହି ଖବରଦାତା ସମ୍ମିଳନୀରେ ଜ଼ିଲ୍ଲାପାଳ ଅଧ୍ୟକ୍ଷତା କରି ବୋଟ ଚଳାଚଳ ନିୟମ ଦୃଷ୍ଟିରେ ରଖି ଏହି ନିଷିଦ୍ଧ ଘୋଷଣା କରିଛନ୍ତି | ପରଶାଲୀ ପଂଚାୟତରେ ବସବାସ କରୁଥିବା ଲୋକଙ୍କ ଗମନାଗମନ ନିମନ୍ତେ ଵଦାଦୁଆର ସାହିରୁ କଲ୍ୟାଣୀଶିଙ୍ଗପୁର ପର୍ଯ୍ୟନ୍ତ ବସ ଚଳାଚଳର ସୂଚନାଦେଇଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇ | ୨୦୦୪ ବୋଟ ଚଳାଚଳ ନିୟମ ଅନୁଶାରେ ସ୍ୱୀକୃତି ପ୍ରାପ୍ତ ବୋଟ ଡ଼ଙ୍ଗା ହିଁ ଚଳାଚଳ କରିପାରିବ |ନଦୀରେ ବୋଟ ଡ଼ଙ୍ଗା ଚଳାଚଳ ନିମନ୍ତେ ସରକାରଙ୍କ କେତୋଟି ନିୟମ ରହିଛି | କୌଣସି ଗାଡିର ଟ୍ୟୁବ କଥାରେ ବାନ୍ଧି ନଦୀରେ ପାର କରି ପାରିବ ନାହିଁ ଏହା ବେନିୟମ ବୋଲି କହିଥିଲେ | ବୋଟ କୁ ଚଳାଉଥିବା ନାଉରିଆ ତାହାର ସାଥିକୁ ସ୍ୱତନ୍ତ୍ର ଭାବେ ତାଲିମ ଓ ସ୍ୱୀକୃତି ଦରକାର | କଲ୍ୟାଣୀ ନଦୀରେ ଭେଳା ଚଳାଇବା ଓ ଲୋକଙ୍କୁ ପlରି କରିବା ସମ୍ପୂର୍ଣ ଭାବେ ବେନିୟମ ବୋଲି କହିଥିଲେ | ବର୍ଷ ଦିନକୁ ଦୃଷ୍ଟିରେ ରଖି କଲ୍ୟାଣୀ ନଦୀ ଅନ୍ୟପାର୍ଶ୍ଵରେ ରହୁଥିବା ପରଶାଲୀ ପଂଚାୟତର ଜନସାଧାରଣଙ୍କ ଯାତାୟାତ ସୁବିଧା ନିମନ୍ତେ ପ୍ରଶାସନ ପଦକ୍ଷେପ ନେଇଥିବା କହିଥିଲେ | ପ୍ରତିଦିନ ସକାଳ ୬.୩୦ ସମୟରେ ବୋଡାଦ୍ବାରିସହିରୁ କଲ୍ୟାଣୀସିଙ୍ଘପୁର ପର୍ଯ୍ୟନ୍ତ ନୟମିତ ବାସ ଚଳାଚଳ କରିବ ବସ୍ତି ବୋଡାଦ୍ବାରିସାହିରେ ରାତ୍ରି ରହି ସକାଳୁ ୬.୩୦ ସମୟରେ ବାହାରି ପାଟବନ୍ଧ ,ଯୋଡ଼ାପଡ଼ି,ପୂଜାରୀଗୁଡା,ଜଗନ୍ନାଥପୁର ମାଝୀଗୁଡା ଦେଇ କଲ୍ୟାଣୀସିଙ୍ଘପୁରୀରେ ପହଂଚିବ | ସେଠାରୁ ରାୟଗଡା ଯାଇ ରାୟଗଡ଼ାରୁ ସେହି ରାସ୍ତାରେ ଫେରି ବୋଡାଦ୍ବାରି ସାହିରେ ପହଂଚି ରାତ୍ରିଯାପନ କରିବ ବୋଲି ସୂଚନାଦେଇଛନ୍ତି ପରିବହନ ଅଧିକାର |

ଆବଶ୍ୟକ ପଡିଲେ ଅଧିକ ସଂଖ୍ୟକ ବସ ଯୋଗାଇଦିଆଯିବ ବୋଲି ସେ କହିଛନ୍ତି | ବର୍ଷl ଦିନ ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବାର ବିକାଶ ନିମନ୍ତେ ଡ଼ିପିଏମ ରାଜେଶ ପଟ୍ଟନାୟକ ସୂଚନାଦେଇ କହିଛନ୍ତି କଲ୍ୟାଣୀ ନଦୀ ଆରପାର୍ଶ୍ଵରେ ଥିବା ବୋଡାଦ୍ବାରିସାହିରେ ସୁଵଚେଣ୍ଟରକୁ କାର୍ଯ୍ୟକ୍ଷମ କାର୍ଯହାଇଛି | ସେଠାରେ ପର୍ଯ୍ୟାୟ କ୍ରମେ ୨ ଜଣ ଏଏନଏମ ରହି ସେବା ଯୋଗାଇଦେବେ | ଭ୍ରାମ୍ୟମାଣ ସେବା କେନ୍ଦ୍ର ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ଗାଡି ୨ଟି ରହିବl ସହିତ ଲୋକଙ୍କ ସେବା ଯୋଗାଇଦେବ, ଆବଶ୍ୟକ ସ୍ଥଳେ ଏହି ଗାଡି ରାୟଗଡା ପର୍ଯ୍ୟନ୍ତ ଯିବ ସେହିପରି ମାଝୀଗୁଡା ମା ଗୃହରେ ୬ ଜଣ ଗର୍ଭବତୀ ମହିଳା ଚିକିତ୍ସା ସୁବିଧା ପାଇପାରିବେ |ଏହି ସମ୍ମିଳନୀରେ ଅତିରିକ୍ତ ଜ଼ିଲ୍ଲାପାଳ ସୁଧାକର ସବାର ଜ଼ିଲ୍ଲା ଜରୁରୀକାଳୀନ ଅଧିକାରୀ ବବିତାରାଣୀ ଦଳବେହେରା ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାର ଶ୍ରୀ ଚନ୍ଦ୍ରିକା ପ୍ରସାଦ ଦାସ ଉପସ୍ଥିତ ଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: