Advertisements
Sunday, July 5, 2020
Home Development ଗଭର୍ଣ୍ଣର ଟ୍ରଫି ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

ଗଭର୍ଣ୍ଣର ଟ୍ରଫି ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର (ତ୍ରିବିକ୍ରମ ପ୍ରଧାନ): ସ୍ଥାନୀୟ ଆର.ବି. ହାଇସ୍କୁଲ ର ସମ୍ମିଳନୀ କକ୍ଷରେ ଗଭର୍ଣ୍ଣର ଟ୍ରଫି ପାଇଁ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ୨୦୧୮ ବିଜ୍ଞାପିତ ଅଂଚଳ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି |

ନୃତ୍ୟଗୁରୁ ରମେଶ ଗୁର୍ଲlଙ୍କ ତତ୍ୱାବଧାନରେ ଏବଂ ଅଞ୍ଜନ ପଧାନଙ୍କ ସଂଯୋଜନାରେ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରକଳା, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ରେ କନିଷ୍ଠ ବିଭାଗରେ ଶୁଭଶ୍ରୀ ପ୍ରଧାନ ଓ ବରିଷ୍ଠ ବିଭାଗରେ ନିରାକାର ଛତ୍ରିଆ ସଂଗୀତରେ କନିଷ୍ଠ ବିଭାଗରେ ଆର୍ଯ୍ୟ ଆଦ୍ୟାଶକ୍ତି ତ୍ରିପାଠୀ ଓ ବରିଷ୍ଠ ବିଭାଗରେ ସୋନାକ୍ଷୀ ପାଣିଗ୍ରାହୀ ଏବଂ ନୃତ୍ୟରେ କନିଷ୍ଠ ବିଭାଗରେ ସାଗରିକ ଯୋଶୀ ଓ ବରିଷ୍ଠ ବିଭାଗରେ ସ୍ମିତାରାଣୀ ସାହୁ କୃତିତ୍ୱ ଲାଭ କରି ପୁରସ୍କୃତ ହୋଇଛନ୍ତି | ଗୁରୁ ଯୁଗଳ କିଶୋର ମହାନ୍ତି, ଦାମୋଦର ପଣ୍ଡା, କୋକିଳ ସାହୁ, ଅଶୋକ କୁମାର ବହିଦାର, ରାଜେଶ ଗୁରଳା, ଦୋଳମଣୀ ସାହୁ, ଆଶିଷ କୁମାର ବୈକର ଏବଂ ଅଞ୍ଜଳି ପରିଡା ବିଭିନ୍ନ ପ୍ରତିଯୋଗିତା ର ବିଚାରକ ଦାଇତ୍ୱ ତୁଲାଇଥିଲେ | କୃତି ପ୍ରତିଯୋଗୀ ମାନଙ୍କୁ ବିଜ୍ଞାପିତ ଅଂଚଳ ପରିଷଦ ଗୋଷ୍ଠୀ ସଂଯୋଜିକା ଶ୍ରୀମତୀ ଚିତ୍ରୋତ୍ପଳା ମେହେର ପୁରସ୍କାର ବିତରଣ କରିଥିଲେ ଓ ଆକାଉଂଟଣ୍ଟ ସୌମ୍ୟ ବଲ୍ଲଭ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ସମଗ୍ର କାର୍ଯ୍ୟକ୍ରମକୁ ଗୋପବନ୍ଧୁ ଶିକା, ରାଜନ ସାହୁ, ରଘୁମଣି ସାହୁ ପରିଚାଳନାରେ ସହଯୋଗ କରିଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: