Advertisements
Wednesday, July 8, 2020
Home Development ପ୍ରବଳ ବର୍ଷା ଯୋଗୁଁ ମ.ରାମପୁର ମୋହନଗିରି ରାସ୍ତା ଗମନା ଗମନ ବାଧାପ୍ରାପ୍ତ

ପ୍ରବଳ ବର୍ଷା ଯୋଗୁଁ ମ.ରାମପୁର ମୋହନଗିରି ରାସ୍ତା ଗମନା ଗମନ ବାଧାପ୍ରାପ୍ତ

ମ.ରାମପୁର ( ଡିଙ୍ଗର କିଶୋର ସାହୁ): ଦୁଇ ଘଣ୍ଟାର ପ୍ରବଳ ବର୍ଷାରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡ଼ମକର୍ଲାଖୁଣ୍ଟା ଦେଇ ଯାଇଥିବା ମ.ରାମପୁର ମୋହନଗିରି ରାସ୍ତା ଉପରେ ଦଶ ରୁ ବାର ଫୁଟ ପାଣି ଜମା ହେବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।

ଦୁଇପଟ ରାସ୍ତା ଉପରେ ଅନେକ ଗାଡି ଅଟକି ରହିବା ସହ ପାଞ୍ଚଟି ବସର ଦୁଇଶହ ଯାତ୍ରୀ ଓ କିଛି ସ୍କୁଲ ପିଲା ମଧ୍ୟ ଅଟକି ରହିଥିଲେ। ଘଟଣା ସ୍ଥଳରେ ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରି ପହଞ୍ଚି ତାଙ୍କ ଗାଡ଼ିରେ କିଛି ସ୍କୁଲ ପିଲାମାନଙ୍କୁ ଘରକୁ ଛାଡି ଥିଲେ। ଦୁଇଶହ ଯାତ୍ରୀଙ୍କ ସହ ବାକି ଯେତିକି ସ୍କୁଲ ପିଲା ରହିଲେ ସେଥିରୁ ସ୍କୁଲ ପିଲା ଓ ମହିଳା ଯାତ୍ରୀ ଙ୍କୁ ଡ଼ମକର୍ଲାଖୁଣ୍ଟା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ରେ ଓ ପୁରୁଷ ଯାତ୍ରୀ ଙ୍କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିବା ବ୍ୟବସ୍ଥା କରାଯିବା ସହ ପ୍ରଥମେ ବିସ୍କୁଟ ଭଳି ଶୁଷ୍କ ଖାଦ୍ୟ ଓ ରାତିରେ ରନ୍ଧନ ଖାଦ୍ୟ ର ବ୍ୟବସ୍ଥା କରାଯାଇଥିଲା।
ସୂଚନା ଯୋଗ୍ୟ ଯେ ପ୍ରାୟ ପାଞ୍ଚ ଛଅ ଶହ ରୁ ଉର୍ଦ୍ଧ୍ୱ ହେକ୍ଟର ପାହାଡ଼ ଅଞ୍ଚଳରୁ ସେହି ପଟ ଦେଇ ପାଣି ଆସୁଥିବା ସତ୍ତ୍ୱେ ପ୍ରଶାସନ ଗୋଟିଏ ଉଚ୍ଚ ପୋଲ କରିବା ପରିବର୍ତ୍ତେ ତିନିଶହ ଆଇ ଆର ଯୁକ୍ତ ହୋମ ପାଇପ ଦେଇ ପୋଲ ନିର୍ମାଣ କରିଛନ୍ତି। ଫଳରେ ସମ୍ପୂର୍ଣ୍ଣ ପାଣି ନିଷ୍କାସିତ ନ ହୋଇ କୃତ୍ରିମବନ୍ୟାର ବାତାବରଣ ସୃଷ୍ଟି ହେଉଛି। ସେହିପରି ଆଜି ସକାଳେ ଗୌଡ଼କେଲା ଦେଇ ଯାଇଥିବା ଏନ ଏଚ ଅଣ ଷାଠିଏ ରାସ୍ତା କଟିବ ଯିବାରୁ ମ.ରାମପୁର ବିଡ଼ିଓ ପହଞ୍ଚି ପଚାଶ ଯାତ୍ରୀ ଙ୍କ ରନ୍ଧନଖାଦ୍ୟ ବ୍ୟବସ୍ଥା କରିଥିଲେ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: