ଖଇରା ସମାଜର ନୂତନ ଗୃହ ଉଦଘାଟନ ଉତ୍ସବ

0
156

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୫/୧୧) : ଆଜି ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ବଡ଼ବନ୍ଧ ଠାରେ ଅପରାହ୍ନ ୩ ଘଣ୍ଟା ସମୟରେ ଖଇରା ସମାଜର ନୂତନ ଗୋଷ୍ଠୀ ଗୃହ ମାନ୍ୟବର ବିଧାୟକ ପ୍ରଦୀପ କୁମାର ଅମାତ ଙ୍କ ଦ୍ଵାରା ଉଦଘାଟନ ହୋଇ ଯାଇଛି ।

ଆଜି ଖଇରା ସମାଜର ନୂତନ ଗୃହ ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିଲେ | ଆବାହକ ସତ୍ୟ ନାରାୟଣ ନାୟକ, ସଭାପତି ବନମାଳୀ ନାୟକ । ସ୍ଥାନୀୟ ସରପଞ୍ଚ ବିଷୁ ଜାନୀ, ସମିତି ସଭ୍ୟ ସୁଶାନ୍ତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟ ଅକୁର ସେଠୀ, ସନ୍ତୋଷ, କୃଷ୍ଣ ଇତ୍ୟାଦି ଏହି କାର୍ଯ୍ୟକ୍ରମ ରେ ସମାଜ ର ବହୁ ପୁରୁଷ ଓ ମହିଳା ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।